କମାଲ କଲେ ପ୍ରତୀକ, ସାଉଥ୍ ଏସିଆନ ଜୁନିଅର ଆଥଲେଟ ଚମ୍ପିଆନସିପରେ ଆଣିଲେ ଦୁଇଟି ରୌପ୍ୟ - Junior Athletics Championships

By ETV Bharat Odisha Team

Published : Sep 15, 2024, 6:02 PM IST

thumbnail
SOUTH ASIAN JUNIOR ATHLETICS CHAMPIONSHIPS (ETV Bharat Odisha)

SOUTH ASIAN JUNIOR ATHLETICS CHAMPIONSHIPS: ରାଉରକେଲା: ପୁଣି ଚମକିଲେ ଓଡ଼ିଆ ପୁଅ ପ୍ରତୀକ । ଅନ୍ତର୍ଜାତୀୟସ୍ତରରେ ଜିତିଲେ ସିଲଭର ମେଡାଲ । ସାଉଥ ଏସିଆନ ଜୁନିଅର ଆଥଲେଟ ଚମ୍ପିଆନସିପରେ ଆଣିଲେ ଦୁଇଟି ରୌପ୍ୟ ପଦକ । ରାଉରକେଲାର ପ୍ରତୀକ ମହାରଣା 200 ମିଟର ରନିଂ ସହ 400 ମିଟର ରିଲେରେ ଆଣିଲେ ରୌପ୍ୟ ପଦକ । ଅନ୍ତର୍ଜାତୀୟ ବିର୍ଷା ମୁଣ୍ଡ ଅଥଲେଟିକ ଷ୍ଟାଡିୟମର ପ୍ରଥମ ଖେଳାଳି ଭାବରେ ସେ ଏହି ଗୌରବ ଆଣିଛନ୍ତି । ଏଥିରେ ଭାରତ, ନେପାଳ,ବାଂଲାଦେଶ,ପାକିସ୍ତାନ,ମାଲଦ୍ବୀପ, ଶ୍ରୀଲଙ୍କା, ଆଫଗାନିସ୍ତାନ ଏବଂ ଭୁଟାନ ଅଂଶଗ୍ରହଣ କରିଥିଲା । ତେବେ ସେ ସ୍ବର୍ଣ୍ଣ ପଦକ ଆଶାବାଦୀ ରହିଥିବାବେଳେ ସାମାନ୍ୟ ଆଘାତ ପାଇଁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା । 

ଏନେଇ କୃତି ଖେଳାଳୀ ପ୍ରତୀକ ମହାରଣା କହିଛନ୍ତି,"ସାଉଥ ଏସିଆନ ଜୁନିଅର ଆଥଲେଟ୍ ଚମ୍ପିଆନସିପ ପ୍ରତିଯୋଗିତାରେ ସ୍ଥାନ ପାଇବା ଏକ ପ୍ରକାର ସ୍ୱପ୍ନ ପୂରଣ ଭଳି ହୋଇଥିଲା । ୟୁଥ ନେସନାଲରେ ଭଲ ପ୍ରଦର୍ଶନ ଯୋଗୁଁ ଏଥିରେ ସ୍ଥାନ ପାଇଥିଲି । 200 ମିଟର ରନିଂ ସହ 400 ମିଟର ରିଲେ ଦୌଡ଼ରେ ସିଲଭର ମେଡାଲ ଅର୍ଜନ କରିଛୁ । 200 ମିଟର ଦୌଡ଼ରେ 21.41 ସେକଣ୍ଡରେ ସିଲଭର ମେଡାଲ ବିଜୟୀ ହୋଇଛି ଏବଂ 400 ମିଟର ରିଲେରେ ଦଳ 40.76 ସେକେଣ୍ଡରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲୁ । "

ଏହା ମଧ୍ୟ ପଢନ୍ତୁ .... କ୍ରିକେଟରେ ଦାମି ବ୍ୟାଟ ବ୍ୟବହାର କରନ୍ତି ଏହି ଖେଳାଳି, ଦାମ୍‌ ଶୁଣିଲେ ଉଡିଯିବ ହୋସ୍‌ - Expensive Bats Used By Cricketers

ଇଟିଭି ଭାରତ, ରାଉରକେଲା  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.