thumbnail

By ETV Bharat Odisha Team

Published : Jul 9, 2024, 7:04 PM IST

ETV Bharat / Videos

ଜାତୀୟ ଆଥଲେଟିକ ମିଟ୍‌ରେ ଓଡ଼ିଆ ପୁଅଙ୍କ କମାଲ; ଜାତୀୟ ରେକର୍ଡ ସହ ହାସଲ କଲେ ସ୍ୱର୍ଣ୍ଣ ପଦକ - Youth National Athletic Meet

Youth National Athletic Meet: ରାଉରକେଲା: ଅଥଲେଟିକ୍‌ରେ କେବଳ ଦେଶ ନୁହେଁ, ବିଶ୍ବସ୍ତରରେ ଦବଦବା ଦେଖାଉଛି ଓଡ଼ିଶା । ଦେଶର ବହୁ ଆଥଲେଟିକ୍‌ ପ୍ରତିଯୋଗିତାରେ ଓଡ଼ିଆ ଆଥଲେଟ୍‌ ଜାତୀୟ ରେକର୍ଡ ସ୍ଥାପନ କରି ରାଜ୍ୟର ନାଁକୁ ସ୍ବର୍ଣ୍ଣାକ୍ଷରରେ ଲେଖୁଛନ୍ତି । ଏହି କ୍ରମରେ ରାଉରକେଲାର ପ୍ରତୀକ ମହାରଣା ଛତିଶଗଡ଼ର ବିଳାସପୁରଠାରେ ଅନୁଷ୍ଠିତ ଅଥଲେଟିକ ଫେଡରସନ ଅଫ ଇଣ୍ଡିଆ ପକ୍ଷରୁ ଆୟୋଜିତ ଯୁବ ଜାତୀୟ ଆଥଲେଟିକ ମିଟ୍‌ରେ ଦମ ଦେଖାଇବା ସହ ଏଥିରେ କୃତିତ୍ବ ହାସଲ କରି ରାଜ୍ୟକୁ ସ୍ବର୍ଣ୍ଣ ପଦକ ଆଣିଛନ୍ତି । ଏହା ସହିତ ସେ ନିଜ ନାମରେ ଏକ ଜାତୀୟ ରେକର୍ଡ ମଧ୍ୟ ଅଳଙ୍କୃତ କରିଛନ୍ତି । ୨୦୦ ମିଟର ଦୌଡ଼କୁ ସେ ୨୧.୬୫ ସେକେଣ୍ଡରେ ଅତିକ୍ରମ କରି ଏହି ସଫଳତା ପାଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...BCCI ପୁରସ୍କାର ରାଶି, 125 କୋଟିରୁ କାହାକୁ ମିଳିବ କେତେ ? କୋହଲି-ବିରାଟ ପାଇବେ ଏତିକି ଟଙ୍କା 

ରାଉରକେଲା ବିର୍ସା ମୁଣ୍ଡା ଅଥଲେଟିକ ଷ୍ଟାଡିୟମରେ ପ୍ରଶିକ୍ଷକ ଶିବ ମିଶ୍ରଙ୍କ ତତ୍ତ୍ବାବଧାନରେ ପ୍ରଶିକ୍ଷଣ ନେଉଥ‌ିବା ପ୍ରତୀକ ମହାରଣା ରାଜ୍ୟରେ କରିଥିବା ନିଜର ପୂର୍ବ ରେକର୍ଡକୁ ମଧ୍ୟ ଏହି ପ୍ରତିଯୋଗିତାରେ ଭାଙ୍ଗିଛନ୍ତି । ଏହାସହ ସେ ଜାତୀୟସ୍ତରରେ ନିଜର କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ଯୁବ ଜାତୀୟ ଅଥଲେଟିକ ମିଟ୍‌ରେ ୨୦୦ ମିଟର ଦୌଡ଼ ଇଭେଣ୍ଟରେ ସେ ଏହି କୃତିତ୍ବ ପାଇଛନ୍ତି । ୨୦୦ ମିଟର ଦୂରତାକୁ ସେ ୨୧.୬୫ ସେକେଣ୍ଡରେ ଅତିକ୍ରମ କରି ଏହି ଜାତୀୟ ରେକର୍ଡ କରିଛନ୍ତି । କେବଳ ସେତିକି ନୁହେଁ, ଜାତୀୟସ୍ତରରେ ଭାରତୀୟ ଆଥଲେଟ ଏନ. ସନମୁଗା ଶ୍ରୀନିବାସଙ୍କ ରେକର୍ଡକୁ ମଧ୍ୟ ସେ ଭାଙ୍ଗିଛନ୍ତି । ଏହାପରେ ପ୍ରତୀକ ଓ ତାଙ୍କର ପ୍ରଶିକ୍ଷକଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ତେବେ ବର୍ତ୍ତମାନ ସେ ଦୂତି ଚାନ୍ଦ ଫାଉଣ୍ଡେସନ ଅଧୀନରେ ରହି ନିଜର ଅଥଲେଟିକ ଜୀବନରେ ସଂଘର୍ଷ କରୁଛନ୍ତି ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.