କଟକର ନୂତନ ଡିସିପି ଭାବେ ଯୋଗଦେଲେ ପ୍ରକାଶ ଆର, ନିର୍ବାଚନ ରହିବ ଚ୍ୟାଲେଞ୍ଜ - cuttack new dcp prakash r

🎬 Watch Now: Feature Video

thumbnail

କଟକ: କଟକର ନୂତନ ଡିସିପି ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ୨୦୦୮ ବ୍ୟାଚର ଆଇପିଏସ ଅଫିସର ପ୍ରକାଶ ଆର । ଡିଆଇଜି ରାଙ୍କ ଅଫିସର ଅଛନ୍ତି ପ୍ରକାଶ ଆର । ଏହା ପୂର୍ବରୁ ସେ ଭିଜିଲାନ୍ସ ଡିଆଇଜି ଭାବରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରେ ଥିଲେ । ଆଜି ଦାୟିତ୍ଵ ଗ୍ରହଣ ପୂର୍ବରୁ କଟକ କମିସନରେଟ ପୋଲିସ କାର୍ଯ୍ୟାଳୟରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ପରେ କଟକ କମିସନରେଟ ପୋଲିସର କାର୍ଯ୍ୟରତ ସମସ୍ତ ଅତିରିକ୍ତ ଡିସିପି, ଏସିପି, ଆଇଆଇସି ସହ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ମୁତାବକ କଟକର ଡିସିପି ଭାବେ ଆଜି ଦାୟିତ୍ଵ ଗ୍ରହଣ କରିଛନ୍ତି ପ୍ରକାଶ ଆର ।

ଆଗାମୀ ନିର୍ବାଚନ ପାଇଁ ବର୍ତ୍ତମାନ ତାଙ୍କୁ ଗୋଟିଏ ଗୁରୁ ଦାୟିତ୍ଵ ଦିଆଯାଇଛି । ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରହିବ। ଶାନ୍ତି ଶୃଙ୍ଖଳା ସହ ନିର୍ବାଚନ ସମାପନ ପାଇଁ ଲକ୍ଷ୍ୟ ରହିବ । ଜେଲ ଭିତରେ ଓ ବାହାରେ ଜାମିନରେ ଥିବା ଅପରାଧୀଙ୍କ ଉପରେ ମଧ୍ୟ ନଜର ରହିବ ବୋଲି ନୂତନ ଭାବେ କଟକ ଡିସିପି ଭାବେ ଦାୟିତ୍ଵ ନେଇଥିବା ପ୍ରକାଶ ଆର କହିଛନ୍ତି । ତାଙ୍କ ପୂର୍ବରୁ ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ମୁତାବକ ପୂର୍ବରୁ କଟକ ଡିସିପି ଥିବା କନୱର ବିଶାଲ ସିଂଙ୍କୁ ବଦଳି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ....ସବୁ ଡ୍ରେନରେ ସ୍ଲାବ ପକାଇବାକୁ ୨ରୁ ୩ ବର୍ଷ ଲାଗିବ: CMC କମିଶନର - Cuttack Drain Tragedy

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.