'ବିହାର ମେ ବହାର ହୈ, ବିନ ମାଂଝୀ ସବ୍ ବେକାର ହୈ': ଜିତନଙ୍କ ସମର୍ଥନରେ ଛାଇଗଲା ପୋଷ୍ଟର

🎬 Watch Now: Feature Video

thumbnail

Bihar Politics: ପାଟନା: ବିହାର ରାଜନୀତିରେ ଲାଗି ରହିଛି ହଟଚମଟ । ନୀତିଶ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ଚର୍ଚ୍ଚା ହେଉଛି । ସେ ଆଜି(ରବିବାର) ରାଜ୍ୟପାଳଙ୍କୁ ଭେଟି ନିଜ ଇସ୍ତଫାପତ୍ର ଦେଇପାରନ୍ତି ବୋଲି କୁହାଯାଉଛି । ମହାମେଣ୍ଟ ସହ ସମ୍ପର୍କ ତୁଟାଇ ପୁଣି ଥରେ ଏନଡିଏ ମେଣ୍ଟକୁ ଫେରିବାକୁ ଯାଉଛନ୍ତି ନୀତିଶ କୁମାର ।

ଏହା ମଧ୍ୟ ପଢନ୍ତୁ...ପୁଣି ଥରେ ନୀତିଶ ସରକାରରେ ଉପମୁଖ୍ୟମନ୍ତ୍ରୀ ହେବେ ସୁଶିଲ ମୋଦି !

ଏହା ମଧ୍ୟ ପଢନ୍ତୁ...ନୀତିଶ ଆଦୌ ଭରସାଯୋଗ୍ୟ ବ୍ୟକ୍ତି ନୁହଁନ୍ତି: ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ

ଏହାରି ଭିତରେ ବିହାର ରାଜନୀତି ରୋଚକ ମୋଡ଼ ନେଇଥିବାବେଳେ ଚର୍ଚ୍ଚାକୁ ଆସିଛନ୍ତି ପୂର୍ବରୁ ମୁଖ୍ୟମନ୍ତ୍ରୀ ରହିଆସିଥିବା ଜିତନ ରାମ ମାଂଝୀ । ଜିତନଙ୍କ ସମର୍ଥକମାନେ ବର୍ତ୍ତମାନ ପାଟନା ସ୍ଥିତ ତାଙ୍କ ବାସଭବନ ସମ୍ମୁଖରେ ପୋଷ୍ଟର ମାରି ଲେଖିଛନ୍ତି 'ବିହାର ମେ ବହାର ହୈ, ବିନା ମାଂଝୀ ସବ୍ ବେକାର ହୈ' । ଜିତନଙ୍କ ସମର୍ଥକମାନେ ନୀତିଶ କୁମାରଙ୍କୁ ବିରୋଧ କରୁଥିବା ଦେଖିବାକୁ ମିଳିଛି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.