ବଜେଟ 2024; ଅର୍ଥମନ୍ତ୍ରୀଙ୍କ ପ୍ରେସମିଟ LIVE - ବଜେଟ 2024
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/08-02-2024/640-480-20701300-thumbnail-16x9-vv.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Feb 8, 2024, 5:47 PM IST
|Updated : Feb 8, 2024, 6:05 PM IST
ଭୁବନେଶ୍ବର: ବିଧାନସଭାରେ ଉପସ୍ଥାପତି ହୋଇଛି 2024-2025 ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ । 1 ଲକ୍ଷ 18 ହଜାର କୋଟିର କାମଚଳା ବଜେଟ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ବଜେଟ ଆଗତ କରି ଅର୍ଥମନ୍ତ୍ରୀ କହିଛନ୍ତି ଅଭିବୃଦ୍ଧି ହାର ୭.୨୫% ରହିଛି, ଜାତୀୟ ହାରଠାରୁ ୧% ଅଧିକ । ଆଗାମୀ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୮.୫% ଆକଳନ କରିଛନ୍ତି ଅର୍ଥମନ୍ତ୍ରୀ । ବଜେଟରେ ମିଶନ ଶକ୍ତି ଗୃହ ପାଇଁ 417 କୋଟି ଆବଣ୍ଟିତ ହୋଇଥିବା ବେଳେ, ଅର୍ବାନ ଟ୍ରାନ୍ସପୋର୍ଟ ପାଇଁ 1200 କୋଟି, ମମତା ଯୋଜନା ପାଇଁ 521 କୋଟି, ପିଡବ୍ଲୁଡି ପାଇଁ 271 କୋଟି, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ଅନ୍ତରୀଣ ବଜେଟରେ 5450 ଆଗତ ହୋଇଛି । ବଜେଟ ଉପସ୍ଥାନ ପରେ ପ୍ରେସମିଟ କରୁଛନ୍ତି ଅର୍ଥମନ୍ତ୍ରୀ ବିକ୍ରମ ଆରୁଖ ଓ ତାଙ୍କ ଟିମ । ଦେଖନ୍ତୁ ସିଧା ପ୍ରସାରଣ ।