ଦୀପାବଳି ପରେ ବିଗିଡିଲା କଟକର ପରିବେଶ, ଧୂଆଁ ବଳୟରେ କଲବଲ ଲୋକେ - AIR POLLUTION IN CUTTACK
🎬 Watch Now: Feature Video


Published : Nov 2, 2024, 8:12 AM IST
କଟକ: ଦୀପାବଳିରେ ଧୂଆଁମୟ ହେଲା ସିଲଭରସିଟି କଟକ । ବାଣ ଧୂଆଁ ଯୋଗୁଁ କଟକରେ ବାୟୁ ପ୍ରଦୂଷଣ ଅତିମାତ୍ରାରେ ବଢିଛି । ଶୀତ ଆରମ୍ଭ ହୋଇନଥିଲେ ମଧ୍ୟ କୁହୁଡିରେ ଢାଙ୍କି ହୋଇଛି ସହର । ଫଳରେ ରାସ୍ତାଘାଟ ଦେଖା ଯାଉନଥିବା ବେଳେ ଯାତାୟତରେ ବାଧା ସୃଷ୍ଟି ହୋଇଛି । ଏଥିସହ ନିଶ୍ବାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାକୁ ଲାଗିଲାଣି କଟକବାସୀ ।
ଚଳିତବର୍ଷ ଦୀପାବଳି ଦୁଇଦିନିଆ ପାଳନ ଅବସରରେ କଟକର ସ୍ଥିତି ବେହାଲ । ନିର୍ଦ୍ଧାରିତ ସମୟ ପରେ ବି ବାଣ ଫୁଟିବା ବନ୍ଦ ହୋଇନଥିଲା । ଅତ୍ୟଧିକ ବାଣ ଫୁଟାଯିବା କାରଣରୁ ସହରରେ ବାୟୁ ପ୍ରଦୂଷଣ ଅତି ଶୋଚନୀୟ ସ୍ଥିତିକୁ ଚାଲିଯାଇଛି । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି କଟକ ବାସିନ୍ଦା । ଅଦିନିଆ କୁହୁଡି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି ।
ଇଟିଭି ଭାରତ, କଟକ