ରଙ୍ଗନାଥସ୍ବାମୀ ମନ୍ଦିରରେ ମୋଦି; ହାତୀକୁ ଗୁଡ ଖୁଆଇଲେ, କାମ୍ବା ରାମାୟଣ ଶୁଣିଲେ - ରଙ୍ଗନାଥସ୍ବାମୀ ମନ୍ଦିରରେ ମୋଦି
🎬 Watch Now: Feature Video


Published : Jan 20, 2024, 3:03 PM IST
PM Modi In Tamilnadu ଚେନ୍ନାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାମିଲନାଡୁ ଗସ୍ତରେ ରହିଛନ୍ତି । ସକାଳୁ ସକାଳୁ ତିରୁଚିରାପଲ୍ଲିରେ ରହିଥିବା ରଙ୍ଗନାଥସ୍ୱାମୀ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି । ପଣ୍ଡିତମାନେ ମୋଦିଙ୍କୁ ମନ୍ଦିରଙ୍କୁ ସ୍ବାଗତ କରିବା ପରେ ମଣ୍ଡିତଙ୍କ ସହ ବାର୍ତ୍ତାଳାପ କରିଥିଲେ ପ୍ରଧାନମନ୍ତ୍ରୀ । ଏହାପରେ ମନ୍ଦିରରେ ପୂର୍ଜାଚ୍ଚନା କରିବା ସହିତ ହାତୀକୁ ଗୁଡ ଖୁଆଇ ଆଶୀର୍ବାଦ ଦେଇଛନ୍ତି । ପ୍ରକାଶଥାଉକି, ରଙ୍ଗନାଥସ୍ୱାମୀ ମନ୍ଦିରରେ ପହଞ୍ଚିଥିବାରେ ପ୍ରଧାନମନ୍ତ୍ରୀ ମୋଦି ହେଉଛନ୍ତି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ । ଉକ୍ତ ହାତିର ନାମ ଅନ୍ଦଲ ରହିଥିବା ବେଳେ ସେହି ସମୟର ଭିଡିଓ ବେସ ମନମୁଗ୍ଧକର ରହିଥିଲା । ପୂଜାର୍ଚ୍ଚନା କରିବା ପରେ ମନ୍ଦିରରେ ଉପସ୍ଥିତ ପଣ୍ଡିତମାନଙ୍କ ଦ୍ବାରା କାମ୍ବା ରାମାୟଣ ଶୁଣିଥିଲେ ପ୍ରଧାନମନ୍ତ୍ରୀ । ମନ୍ଦିର ପରିଦର୍ଶନ କରି ଠାକୁର ଦର୍ଶନ କରିବା ପରେ ମନ୍ଦିର ପୂଜକ ମଧ୍ୟ ମୋଦିଙ୍କୁ ଆର୍ଶିବାଦ ଦେଇଥିଲେ । ଭଜନ ଶୁଣି ଆଧ୍ୟାତ୍ମିକ ପରିବେଶରେ ବିଭୋର ହୋଇଯାଇଥିଲେ ମୋଦି ।
ଏହା ମଧ୍ୟ ପଢନ୍ତୁ: ଗୁରୁବାୟୁର ମନ୍ଦିରରେ ପ୍ରଧାନମନ୍ତ୍ରୀ: ପାଦ ଛୁଇଁଲେ ନବ ଦମ୍ପତି, ଉପହାର ଦେଲେ ମୋଦି
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ