ORS ପାଇଁ ଫାର୍ମାସିଷ୍ଟଙ୍କ ନାକ ଫଟାଇଲେ ରୋଗୀଙ୍କ ସମ୍ପର୍କୀୟ - PHARMACIST ATTACK IN SUNDARGARH

🎬 Watch Now: Feature Video

thumbnail

By ETV Bharat Odisha Team

Published : Aug 29, 2024, 5:54 PM IST

PHARMACIST ATTACK: ରାଉରକେଲା: ସାମାନ୍ୟ କଥାକୁ ନେଇ ଡାକ୍ତର ଓ ଫାର୍ମାସିଷ୍ଟଙ୍କୁ ମାଡ଼ ଅଭିଯୋଗ । ଖୋଦ୍ ଚିକିତ୍ସା ପାଇଁ ଆସିଥିବା ରୋଗୀ ଡାକ୍ତର ଏବଂ ଫାର୍ମାସିଷ୍ଟଙ୍କ ଉପରେ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଛି ।ଏଭଳି ଏକ ଘଟଣା ଘଟିଛି ସୁନ୍ଦରଗଡ଼ ଟାଉନ ଥାନା RIT କଲୋନୀ ସମଲେଇ ମନ୍ଦିର ନିକଟରେ ଥିବା ସହରାଞ୍ଚଳ ସ୍ବାସ୍ଥ୍ୟ କେନ୍ଦ୍ରରେ । ଆଜି(ଗୁରୁବାର) ସକାଳ ସାଢେ ୧୦ ଟା ସୁନୀଲ ମୁଖୀ ନାମକ ଜଣେ ବ୍ୟକ୍ତି ରକ୍ତଚାପ ଯାଞ୍ଚ କରିବା ପାଇଁ ଆସିଥିଲେ । ରକ୍ତଚାପ ଯାଞ୍ଚ ପରେ ସେ ରକ୍ତଚାପ କମ ଥିବାରୁ ORS ମାଗିଥିଲା । ତେବେ ଡାକ୍ତର ତାଙ୍କୁ ନିରାମୟ କେନ୍ଦ୍ରରୁ ଓ ORS ନେବା ପାଇଁ କହିଥିଲେ  । ଏଥିରେ ସୁନୀଲର ସହଯୋଗୀ ସୁନୀଲ ମୁଖୀ ଉତ୍ୟକ୍ତ ହୋଇ ଡାକ୍ତର ଏବଂ ଫାର୍ମାସିଷ୍ଟଙ୍କ ଉପରେ ଆକ୍ରମଣ କରିଥିଲା । ଆକ୍ରମଣରେ ଜଣେ ଫାର୍ମାସିଷ୍ଟ ଆହତ ହୋଇଛନ୍ତି । ଏନେଇ ଟାଉନ ଥାନାରେ ଏତଲା ପରେ ପୋଲିସ ସୁନୀଲ ମୁଖୀକୁ ଅଟକ ରଖି ପଚରାଉଚରା କରୁଛି । 

ଆହତ ଫାର୍ମାସିଷ୍ଟ ଅର୍ପିତ ମହାନ୍ତି କହିଛନ୍ତି,"ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ଏବଂ ଛୁଆ ସହ ବ୍ଲଡ଼ ପ୍ରେସର ମାପିବା ପାଇଁ ଆସିଥିଲେ । ବ୍ଲଡ଼ ପ୍ରେସର ମାପି ସରିବା ପରେ ବ୍ୟକ୍ତି ଜଣକ ORS କିଛିଟା ମାଗିଥିଲେ, ତେବେ ତାଙ୍କୁ ନିରାମୟ ସେଣ୍ଟର ଯାଇନେବା ପାଇଁ କୁହାଯାଇଥିଲା । ଏତିକିରେ ସେ ଉତ୍ୟକ୍ତ ହୋଇ ଇଟାରେ ଆକ୍ରମଣ କରିଥିଲେ ।"

ଏହା ମଧ୍ୟ ପଢନ୍ତୁ ....ପୋଲିସ ପଞ୍ଝାରେ ନକଲି ଡ଼ାକ୍ତର, ସରକାରୀ ହସ୍ପିଟାଲରେ ଡୁପ୍ଲିକେଟ୍ ସାର୍ଟିଫିକେଟ ଦେଇ କରୁଥିଲା ଚାକିରି - fake doctor arrested
 

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.