ରଙ୍ଗର ପର୍ବରେ ସାମିଲ ହେଲେ ଢେଙ୍କାନାଳବାସୀ - HOLI 2024

By ETV Bharat Odisha Team

Published : Mar 26, 2024, 7:26 PM IST

thumbnail

People celebrate Holi In Dhenkanal: ଢେଙ୍କାନାଳ: ରଙ୍ଗର ପର୍ବ ହୋଲିରେ ରଙ୍ଗୀନ ହୋଇଛି ଢେଙ୍କାନାଳ । ଆଜି ପବିତ୍ର ହୋଲି ଅବସରରେ ଢେଙ୍କାନାଳରେ ବେଶ ଧୂମ ଧାମରେ ହୋଲି ଉତ୍ସବକୁ ପାଳନ କରିଛନ୍ତି ଢେଙ୍କାନାଳବାସୀ । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ହୋଲିର ରଙ୍ଗରେ ରଙ୍ଗୀନ ହୋଇଛନ୍ତି । ପରସ୍ପରକୁ ଅବିର ଲଗାଇବା ସହ ପ୍ରସିଦ୍ଧ ବରା ଓ ମିଠା ଖୁଆଇ ଏହି ରଙ୍ଗର ପର୍ବକୁ ପାଳନ କରାଯାଉଛି । ଦହି ହାଣ୍ଡି ଭାଙ୍ଗିବା ପାଇଁ ହଜାର ଏକ ଟଙ୍କାର ପୁରସ୍କାର ରାଶି ମଧ୍ୟ ରଖାଯାଇଛି । ଆବାଳ ବୃଦ୍ଧ ବନୀତା ରଙ୍ଗର ପର୍ବରେ ନିଜକୁ ସାମିଲ କରିଛନ୍ତି । ଚଳିତ ବର୍ଷ କେମିକାଲ ମୁକ୍ତ ହର୍ବାଲ ହୋଲିକୁ ଅଧିକ ଗୁରୁତ୍ବ ଦିଆଯାଇଥିବା ଦେଖାଯାଇଛି ।

ଏହା ମଧ୍ୟ ପଢନ୍ତୁ...ରଙ୍ଗର ପର୍ବରେ ସାମିଲ ହେଲେ ନିର୍ବାଚିତ ପ୍ରତିନିଧି, ନାଚଗୀତରେ ଝୁମିଲେ - Holi 2024

ସେହିପରି ସତ୍ୟସାଇ ସେବା ଅନୁଷ୍ଠାନ ପକ୍ଷରୁ ଆୟୋଜିତ ହୋଲି ଉତ୍ସବରେ ସମସ୍ତେ ପରସ୍ପରକୁ ଅବିର ବୋଲି ହୋଲି ଉତ୍ସଵ ପାଳନ କରିଛନ୍ତି । ଟାଉନ ହଲ ଠାରେ ଜଗତ ଉଦ୍ଧାର ମଞ୍ଚ ପକ୍ଷରୁ ସ୍ବତନ୍ତ୍ର ଭାବେ ହୋଲି ଉତ୍ସବ ପାଳନ କରିଛନ୍ତି । ସହରର ଗଳି କନ୍ଦିରେ କୁନି କୁନି ପିଲାମାନେ ପରସ୍ପର ରଙ୍ଗ ବୋଲାବୋଲି ହୋଇ ବେଶ ଆନନ୍ଦ ଉତ୍ସାହର ସହ ହୋଲି ପାଳନ କରିଛନ୍ତି । 

ଇଟିଭି ଭାରତ, ଢେଙ୍କାନାଳ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.