ଲୋକସଭା ଲାଇଭ; ସପ୍ତଦଶ ଲୋକସଭାର ଶେଷ ଦିନ ଦେଖନ୍ତୁ LIVE - ଲୋକସଭା ଲାଇଭ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/10-02-2024/640-480-20717908-thumbnail-16x9-vv.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Feb 10, 2024, 4:46 PM IST
|Updated : Feb 10, 2024, 6:23 PM IST
ନୂଆଦିଲ୍ଲୀ: ଆଜି ଶେଷ ହେଉଛି ସପ୍ତଦଶ ଲୋସଭାର ଶେଷ ଅଧିବେଶନ । ଅଧିବେଶନ ଶେଷ ଦିନରେ ଲୋକସଭାକୁ ସମ୍ବୋଧିତ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତ 31 ତାରିଖ ଠାରୁ ଆରମ୍ଭ ହୋଇଥିବା ଲୋକସଭାର ବଜେଟ ଅଧିବେଶନ ଆସନ୍ତା 13 ତାରିଖ ଯାଏଁ ଚାଲିବାକୁ ଥିଲା । ହେଲେ ସରକାର ଦୁଇ ଦିନ ଆଗରୁ ଲୋକସଭାକୁ ମୁଲତବୀ କରିବେ । ଗତ 31 ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ଯୁଗ୍ମ ଅଧିବେଶନକୁ ସମ୍ବୋଧିତ କରିଥିଲେ । ଫେବୃୟାରୀ 1 ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ 2024-25 ଆର୍ଥିକ ବର୍ଷ ପାଇଁ ଅନ୍ତରୀଣ ବଜେଟ ଉପସ୍ଥାପନା କରିଥିଲେ । ଏହା ପରେ ଦୁଇ ଦିନ ଧରି ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ହୋଇଥିଲା । ଏହି ପ୍ରସ୍ତାବ ଉପରେ ଉଭୟ ସଦନରେ ପ୍ରଧାନମନ୍ତ୍ରୀ ଜବାବ ଦେଇଥିଲେ । ଆଜିର ଅଧିବେଶନ ଶେଷ ହେବା ପରେ ସଂସଦକୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ମୁତଲବୀ ଘୋଷଣା କରିବେ ବାଚସ୍ପତି । ଏତତ ବ୍ୟତୀତ ଆଜି ଫଟୋ ସେସନ ମଧ୍ୟ ରହିଛି । ଏହା ପରେ ଦେଶରେ ଅନୁଷ୍ଠିତ ହେବ ସାଧାରଣ ନିର୍ବାଚନ । ନିର୍ବାଚନ ପରେ ନୂଆ ସରକାର ଗଠନ ହେବା ପରେ ପୁଣି ଥରେ ଲୋକସଭା ବସିବ ସ୍ବତନ୍ତ୍ର ଅଧିବେଶନ । ଦେଖନ୍ତୁ ଲୋକସଭାରୁ ସିଧା ପ୍ରସାରଣ । LIVE