ପାରାଦ୍ୱୀପ ବନ୍ଦରରେ ମାନବ ସମ୍ବଳର ଅଭାବ, ଅଭିଯୋଗ ଆଣିଲେ ଶ୍ରମିକ ନେତା - Paradip Port

By ETV Bharat Odisha Team

Published : Jul 19, 2024, 9:10 PM IST

thumbnail
Paradip Port (ETV Bharat Odisha)

Paradip Port: ଜଗତସିଂହପୁର: ପୂର୍ବ ଭାରତର ଏକ ବୃହତ ବନ୍ଦର ଭାବରେ ପରିଚିତ ପାରାଦ୍ୱୀପ ବନ୍ଦର । ଦେଶର ବୃହତ ବନ୍ଦର ଗୁଡିକ ସହର ଭିତ୍ତିକ ହୋଇଥିବା ବେଳେ ପାରାଦ୍ୱୀପ ସହର ହେଉଛି ବନ୍ଦର ଭିତ୍ତିକ ସହର । ପାରାଦ୍ୱୀପ ବନ୍ଦରକୁ ନେଇ ଏଠାରେ ସହର ଗଢି ଉଠିଛି । ଲୁହାପଥର ପଥର ରପ୍ତାନୀ ଠାରୁ ଆରମ୍ଭ କରି ପଣ୍ୟ କାରବାରରେ ଦେଶରେ ଏକ ନମ୍ବର ସ୍ଥାନ ବଜାଇ ରଖିଥିବା ପାରାଦ୍ୱୀପ ବନ୍ଦରରେ ଏବେ ମାନବ ସମ୍ବଳର ଅଭାବ ଦେଖା ଦେଇଛି । ଯାହାକୁ ନେଇ ଉଦ୍ବେଗ ପ୍ରକାଶ ପାଇଛି । ପାରାଦ୍ୱୀପ ବନ୍ଦରରେ ପ୍ରତ୍ୟେକ ଦିନ ଦେଶ ଓ ବିଦେଶର ଅନ୍ତର୍ଜାତୀୟ ବନ୍ଦରରୁ ମାଲ ପରିବହନ ହୋଇଥାଏ । ବିଭିନ୍ନ କାର୍ଯ୍ୟ ସମ୍ପାଦନ ପାଇଁ ବନ୍ଦରରେ ଦେଢ଼ ହଜାରରୁ ଅଧିକ କର୍ମଚାରୀଙ୍କର ଆବଶ୍ୟକତା ରହିଛି । କିନ୍ତୁ ପାରାଦ୍ୱୀପ ବନ୍ଦରରେ ବର୍ତ୍ତମାନ ମାତ୍ର 300 ଶହ କର୍ମଚାରୀ କାର୍ଯ୍ୟ କରୁଛନ୍ତି । 

ସେହିପରି ଚୁକ୍ତି ଭିତ୍ତିକ କର୍ମଚାରୀ ଭାବରେ ଏକ ହଜାର କର୍ମଚାରୀ ଦୈନିକ ବେତନରେ କାର୍ଯ୍ୟ କରୁଛନ୍ତି । ଫଳରେ ଚୁକ୍ତି ଭିତ୍ତିକ କର୍ମଚାରୀଙ୍କ ଦ୍ୱାରା ବନ୍ଦରର ସମସ୍ତ କାର୍ଯ୍ୟ କରାଯାଉଛି । ଦେଶର ଏକ ନମ୍ବର ବନ୍ଦର ଭାବରେ ଉଭା ହୋଇଥିବା ପାରାଦ୍ୱୀପ ବନ୍ଦରରେ ମାନବ ସମ୍ବଳର ଅଭାବ ଦୁର୍ଭାଗ୍ୟ ଜନକ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଶ୍ରମିକ ନେତା ବାପି ସର୍ଖେଲ । ବାପି ସର୍ଖେଲ ଅଭିଯୋଗ କରିଛନ୍ତି ଯେ, ପୂର୍ବ ଭାରତର ଗୌରବ ଭାବରେ ପାରାଦ୍ୱୀପ ବନ୍ଦର ଉଭା ହୋଇଥିବା ବେଳେ ଏଠାରେ ମାନବ ସମ୍ବଳର ଘୋର ଅଭାବ ଦେଖା ଦେଇଛି । ଚୁକ୍ତି ଭିତ୍ତିକ କର୍ମଚାରୀମାନଙ୍କ ଉପରେ ବନ୍ଦର ସମ୍ପୂର୍ଣ୍ଣ ନିର୍ଭରଶୀଳ । ଚୁକ୍ତି ଭିତ୍ତିକ କର୍ମଚାରୀମାନଙ୍କୁ ନିୟମିତ କରାଯାଉନାହିଁ । ଫଳରେ ସେମାନଙ୍କ ଭବିଷ୍ୟତ ଅନିଶ୍ଚିତତା ଆଡକୁ ଟାଣିହୋଇ ଯାଉଛି । ଏଥିପ୍ରତି କେନ୍ଦ୍ର ସରକାର, ଜାହାଜ ଚଳାଚଳ ମନ୍ତ୍ରଣାଳୟ ଓ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ସେ ଦାବି କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଉଠିଲା କଟକଣା, ପୁଣି ଚଳଚଞ୍ଚଳ ପାରାଦ୍ୱୀପ ମାଛଧରା ବନ୍ଦର - FISHING START IN PARADEEP PORT

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.