thumbnail

By ETV Bharat Odisha Team

Published : Jan 21, 2024, 1:59 PM IST

ETV Bharat / Videos

ଯାଜପୁରରେ ପାଣି ପଞ୍ଚାୟତ ପକ୍ଷ ପାଳିତ

Pani Panchayat Fortnight: ଯାଜପୁର: ଓଡ଼ିଶା ସରକାରଙ୍କ ଜଳ ସମ୍ପଦ ବିଭାଗ ଆନୂକୁଲ୍ୟରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଗତ ୧୭ ତାରିଖରୁ ପାଣି ପଞ୍ଚାୟତ ପକ୍ଷ ଆରମ୍ଭ ହୋଇଛି । ଏହା ଆସନ୍ତା ୩୦ ତାରିଖ ଯାଏଁ ପାଳନ କରାଯିବ । ଏହି ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଲା ହାତିବାରୀ ସ୍ଥିତ କାର୍ଯ୍ୟାଳୟରେ ଉଠା ଜଳସେଚନ ନିଗମ ପକ୍ଷରୁ ପାଣି ପଞ୍ଚାୟତ ପକ୍ଷ ପାଳିତ ହୋଇଯାଇଛି । ଉଠା ଜଳସେଚନର ନିର୍ବାହୀ ଯନ୍ତ୍ରୀ ଅଜୟ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିସହ ଚାଷୀମାନଙ୍କ ପାଇଁ ଆରମ୍ଭ ହୋଇଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ l ଏହି କାର୍ଯ୍ୟକ୍ରମରେ କୋରେଇ ବ୍ଲକ ଓ ବ୍ୟାସନଗର ଅଞ୍ଚଳର ଅନେକ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପାଇଁ ମନ୍ତ୍ରୀ ଘଡେଇ ପୁରସ୍କୃତ କରିଥିଲେ l 

ଏହା ମଧ୍ୟ ପଢନ୍ତୁ-ଢେଙ୍କାନାଳରେ ବିଭାଜନସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ

ଆଜିର ଏହି କାର୍ଯ୍ୟକ୍ରମରେ ଅନେକ ଚାଷୀ ଯୋଗ ଦେଇଥିଲେ l ପରିଶେଷରେ ସହକାରୀ ଯନ୍ତ୍ରୀ ଲକ୍ଷ୍ମୀନାରାୟଣ ପଣ୍ଡା ଚାଷୀମାନଙ୍କ ପାଇଁ ଆରମ୍ଭ ହୋଇଥିବା ଜଳ ସଚେତନ ସୁବିଧା ସମ୍ପର୍କରେ ଅବଗତ କରିଥିଲେ l ସେହିପରି ବାମ ପାର୍ଶ୍ଵ କେନାଲ ଡିଭିଜନ-3 ଡ଼ୁବୁରୀ ବିଭାଗ ପକ୍ଷରୁ ସୁକିନ୍ଦା ବ୍ଲକର ନାଲିଝର ୟୁ.ପି ସ୍କୁଲ ପରିସରରେ ପାଣି ପଞ୍ଚାୟତ ପକ୍ଷପାଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଡ଼ୁବୁରୀ ଡିଭିଜନର ମୁଖ୍ୟ ଯନ୍ତ୍ରୀ ଅକ୍ଷୟ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସୁକିନ୍ଦା ବ୍ଲକ ଉପାଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପାଣି ପଞ୍ଚାୟତ ପକ୍ଷପାଳନ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରିଥିଲେ l

ଇଟିଭି ଭାରତ, ଯାଜପୁର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.