କଲେଜରେ ଅଚାନକ ପହଞ୍ଚିଲେ ପଞ୍ଚାୟତିରାଜ ମନ୍ତ୍ରୀ, ଆଉ ତା' ପରେ... - Minister On College Visit

By ETV Bharat Odisha Team

Published : Jul 14, 2024, 5:11 PM IST

thumbnail
Minister On College Visit (ETV Bharat Odisha)

ସମ୍ବଲପୁର: ଶାରୀରିକ ପ୍ରଶିକ୍ଷଣ ମହାବିଦ୍ୟାଳୟ ପରିଦର୍ଶନ କଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ । କୁଚିଣ୍ଡାର ଜମେନକିରା ସ୍ଥିତ ଶାରୀରିକ ପ୍ରଶିକ୍ଷଣ ମହାବିଦ୍ୟାଳୟରେ ପହଞ୍ଚି ସମସ୍ୟା ବୁଝିଛନ୍ତି । ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଦାବି ହୋଇଆସୁଥିଲା । ଏହାସହ କର୍ତ୍ତୃପକ୍ଷ କିମ୍ବା ପଦସ୍ଥ ଅଧିକାରୀଙ୍କ ଟାଳଟୁଳ ନୀତି ନେଇ ଅଭିଯୋଗ ହୋଇଆସୁଥିଲା । ଏପରିକି ମହିଳା ହଷ୍ଟେଲ ନଥିବାରୁ ଛାତ୍ରୀଙ୍କ ନାମଲେଖା ଉପସ୍ଥାନ କମି ଯାଉଥିବା ଅଭିଯୋଗ ହେଉଥିଲା । ମହିଳା ହଷ୍ଟେଲର ଜରୁରୀ ଆବଶ୍ୟକତା, ସୁରକ୍ଷା ବ୍ୟବସ୍ଥା, ଆଉଟ ଡୋର ଓ ଇନଡୋର ଷ୍ଟାଡିୟମ ଭଳି ବହୁ ଦାବି ବିଷୟରେ ମନ୍ତ୍ରୀଙ୍କ ସହିତ ଆଲୋଚନା ହୋଇଥିଲା। ମହାବିଦ୍ୟାଳୟ ପ୍ରତିଷ୍ଠାର ମୁଖ୍ୟ ପ୍ରଫୁଲ୍ଲ କୁମାର ପଣ୍ଡାଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧି ଓ ସାମାଜିକ ବ୍ୟକ୍ତି ବିଶେଷ ଆଲୋଚନାରେ ଭାଗ ନେଇଥିଲେ। 
ଏହା ବି ପଢନ୍ତୁ...ବାଟବଣା ଯୋଜନା, ଅବ୍ୟବସ୍ଥା ଘେରରେ 'ଆମ ପାଠାଗାର' - Ama Pathagara

ମହାବିଦ୍ୟାଳୟର ଉନ୍ନତିକରଣ ଓ ବିଶ୍ୱ ବିଦ୍ୟାଳୟ ପାଇଁ ପ୍ରକଳ୍ପ ପ୍ରସ୍ତାବ ଦାଖଲ କରିବାକୁ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ । ଏହି ସମୟରେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ରାଧେଶ୍ୟାମ ବାରିକ, ବାହାମ ସରପଞ୍ଚ ସରସ୍ବତୀ ଭୋସାଗର ଓ ସମସ୍ତ ଅଧ୍ୟାପକ, କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ, ମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳିରେ ଆସୁଥିବା ଏହି ମହାବିଦ୍ୟାଳୟ ପାଇଁ ପୂର୍ବରୁ ସେ ସଂଗ୍ରାମ କରି ଆସୁଥିଲେ l

ଇଟିଭି ଭାରତ, ସମ୍ବଲପୁର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.