ମଣ୍ଡିରେ ପଡି ରହିଛି ଧାନ, ଚିନ୍ତାରେ ଚାଷୀ - paddy procurement

By ETV Bharat Odisha Team

Published : Jun 20, 2024, 2:00 PM IST

thumbnail
PADDY PROCUREMENT (ETV BHARAT ODISHA)

ସୁବର୍ଣ୍ଣପୁର: ଜିଲ୍ଲାରେ ବଢୁଛି ଚାଷୀ ଅସନ୍ତୋଷ । ଧାନ କ୍ରୟରେ ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅବହେଳା ପ୍ରଦର୍ଶନ କରୁଥିବାରୁ ଚାଷୀ ଅସନ୍ତୋଷ ବଢିବାରେ ଲାଗିଛି । ଗତ ରବି ଋତୁ ଧାନ ସଂଗ୍ରହ କରାଯାଇ ପାରି ନାହିଁ । ବିଳମ୍ବରେ ଜିଲ୍ଲା ସ୍ତରୀୟ ଧାନ କ୍ରୟ କମିଟି ବୈଠକ କରାଯାଇଥିବା ବେଳେ ଚାଷୀମାନେ ଆଜି ଯାଏଁ ବି ଧାନ ବିକ୍ରି କରିପାରିନାହାନ୍ତି । ଜିଲ୍ଲାର ବିନିକା ଓ ଡୁଙ୍ଗୁରିପାଲି ମଣ୍ଡିରେ ଆଜକୁ 5ଦିନ ହେଲା ହଜାର ହଜାର କ୍ବିଣ୍ଟାଲ ଧାନ ପଡି ରହିଥିବା ଅଭିଯୋଗ ହୋଇଛି । ଟୋକନ ପାଇଥିବା ଚାଷୀମାନେ ଧାନ କ୍ରୟ କେନ୍ଦ୍ରକୁ ନିଜ ଉତ୍ପାଦିତ ଧାନ ବିକ୍ରି କରିବାକୁ ଆଣି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମଣ୍ଡିରୁ ଧାନ ଉଠିବାରେ ବିଳମ୍ବ ହେଉ ଥିବାରୁ ଚାଷୀମାନେ ନିର୍ଦ୍ଧାରିତ ସମୟରେ ଧାନ ବିକ୍ରି କରି ପାରୁ ନାହାନ୍ତି ।

ଏହା ମଧ୍ୟ ପଢନ୍ତୁ-ବର୍ଷାର ଲୁଚକାଳି ଖେଳରେ ଚାଷୀ ହନ୍ତସନ୍ତ - Balangir farmers problem

ବର୍ଷର ବିଭିନ୍ନ ସମୟରେ ଚାଷୀ ସଂଗଠନଗୁଡିକ ପକ୍ଷରୁ ଧାନ କ୍ରୟ ପାଇଁ ଆବଶ୍ୟକ ଭିତ୍ତିଭୂମିର ବିକାଶ କରିବା ସହିତ ଗତ ବର୍ଷର ସମସ୍ୟା ଯେପରି ପୁନରାବୃତ୍ତି ନ ହୁଏ ସେ ସଂପର୍କରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରାଯାଇଥିଲା । ହେଲେ ଜିଲ୍ଲା ପ୍ରଶାସନ ଚାଷୀମାନଙ୍କ ଦାବି ପ୍ରତି ଅଣଦେଖା କରିଥିବାରୁ ଧାନ କ୍ରୟରେ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଛି । ମିଲରମାନେ ବି ଠିକ ସମୟରେ ଧାନ ଉଠାଇବାକୁ ଟ୍ରକ ମଣ୍ଡିକୁ ପଠାଉ ନ ଥିବାରୁ କ୍ରୟ କେନ୍ଦ୍ରରେ ଧାନ ପଡିରହୁଛି । ମୌସୁମୀ ଜନିତ ବର୍ଷାକୁ ଆଖି ଆଗରେ ରଖି ତୁରନ୍ତ ଚାଷୀଙ୍କ ଉତ୍ପାଦିତ ଦ୍ରବ୍ୟ ସଂଗ୍ରହ କରିବାକୁ ଦାବି ହେଉଛି । ସେପଟେ ଚାଷୀ ଚଳିତ ଖରିଫ ଚାଷ ଆରମ୍ଭ କରି ଦେଇଥିବା ବେଳେ ଗତ ରବି ଋତୁର ଧାନ ବିକ୍ରି କରି ପାରୁ ନଥିବାରୁ କିଭଳି ଚଳିତ ଚାଷ କରିବ ସେହି ଚିନ୍ତାରେ ଚାଷୀ । ତେବେ ତୁରନ୍ତ ଜିଲ୍ଲା ପ୍ରଶାସନ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଜିଲ୍ଲା କୃଷକ ସଂଗଠନର ସଭାପତି ମଣ୍ଡଳୀ ସଭ୍ୟ ଦାବି କରିଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.