thumbnail

By ETV Bharat Odisha Team

Published : Jun 8, 2024, 7:35 PM IST

ETV Bharat / Videos

ଆମ୍ବ ଗୋଟାଇବା ହେଲା କାଳ, ହାତୀ ଆକ୍ରମଣରେ ମହିଳା ମୃତ - Woman Died in Elephant Attack

Old Woman Died in Elephant Attack: ଅନୁଗୋଳ: ପୁଣି ମୁହାଁମୁହିଁ ହେଲେ ଦନ୍ତା ଓ ମଣିଷ। ଆମ୍ବ ଗୋଟାଇବା ହେଲା କାଳ, ହାତୀ ଆକ୍ରମଣରେ ମହିଳାଙ୍କ ଗଲା ଜୀବନ । ଏହିଭଳି  ଅଭାବନୀୟ ଘଟଣା ଘଟିଛି ଅନୁଗୋଳ ଜିଲ୍ଲାରେ । ସୂଚନା ମୁତାବକ, ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା ଅଁଳାବେରେଣୀ ଗାଁରେ ଆଜି ଭୋରରୁ ନିଜ ଆମ୍ବ ତୋଟାକୁ ଯାଇଥିଲେ ବୃଦ୍ଧା । ସେଠାରେ ଆମ୍ବ ତୋଳିବାକୁ ଯାଇଥିବା ବେଳେ ଦନ୍ତା ଆକ୍ରମଣର ଶିକାର ହୋଇଥିଲେ ବୃଦ୍ଧା । ଦନ୍ତା ଆକ୍ରମଣରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ମୃତକ ଜଣକ ହେଲେ ଆଶା ଦେହୁରୀ । ଆଶାଙ୍କ ମୃତ୍ୟୁ ପରେ ସେଠାରେ ଉତ୍ତେଜନା ଦେଖିବାକୁ ମିଳିଛି । ତେବେ ବନ ବିଭାଗର ଅପାରଗତା କାରଣରୁ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ଯାହାପରେ ବୃଦ୍ଧାଙ୍କ ମୃତଦେହ ରଖି କ୍ଷତିପୂରଣ ସହ ହାତୀ ଉପରେ ନଜର ରଖିବାକୁ ଦାବି କରିଛନ୍ତି  ଗ୍ରାମବାସୀ । ଦାବି ପୂରଣ ନହେଲେ NH55 ଅବରୋଧ କରିବାକୁ ଗାଁ ଲୋକ ଚେତାବନୀ ଦେଇଛନ୍ତି ।            

ଏହା ମଧ୍ୟ ପଢ଼ନ୍ତୁ.. ଢେଙ୍କାନାଳରେ ଦିବ୍ୟାଙ୍ଗ ଯୁବକଙ୍କୁ କଚାଡି ମାରିଲା ହାତୀ - Man killed in Elephant attack

ଇଟିଭି ଭାରତ, ଅନୁଗୋଳ  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.