thumbnail

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ହୋଲି ସେଲିବ୍ରେସନ, ରାଜ୍ୟ ସାରା ଗେରୁଆମୟ ହେବ କହିଲେ ଯତୀନ - odisha state bjp celebrates holi

By ETV Bharat Odisha Team

Published : Mar 26, 2024, 3:32 PM IST

Odisha State Bjp Celebrate Holi ଭୁବନେଶ୍ବର: ଆଜି ରଙ୍ଗର ପର୍ବ ହୋଲି । ପଲ୍ଲୀରୁ ସହର ସବୁଠି ହୋଲିର ଆସର ଜମିଛି । ରଙ୍ଗ ଲଗେଇ, ମିଠା ଖୁଆଇ ହୋଲି ପାଳୁଛନ୍ତି ସମସ୍ତେ । ଏଥିରୁ ବର୍ତ୍ତି ପାରିନାହାନ୍ତି ରାଜନେତା । ହୋଲି ଅବସରରେ ଚଳଚଞ୍ଚଳ ହୋଇଛି ରାଜ୍ୟ ବିଜେପି ଶିବିର । ହୋଲି ରଙ୍ଗରେ ପରସ୍ପରକୁ ରଙ୍ଗ ଲଗେଇ ଉତ୍ସବ ପାଳନ କରିଛନ୍ତି ନେତା କର୍ମୀ । ଏହି କାର୍ଯ୍ୟକ୍ରମରେ ବିଜେପି ନେତା ଜଗନ୍ନାଥ ପ୍ରଧାନ ଏବଂ ସାଧାରଣ ସମ୍ପାଦକ ଯତୀନ ମହାନ୍ତି ଯୋଗ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଯତୀନ ମହାନ୍ତି କହିଛନ୍ତି, "ଏହା ରାଜନୈତିକ ରଙ୍ଗ । ଆଜି ଠାରୁ ଗେରୁଆ ରଙ୍ଗ ରାଜ୍ୟରେ ଲଗିଲା । ଯେହେତୁ ଏଇଟା ନିର୍ବାଚନ ବର୍ଷ ତେଣୁ ଏହି ବର୍ଷ ଟିକେ ନିଆରା ହୋଲି ପାଳନ କରାଯାଇଛି । ଏବେ ରାଜ୍ୟ ସାରା ଗେରୁଆ ମୟ ହେବ ।" ଏଥର ନିର୍ବାଚନ ଥିବାରୁ ହୋଲି ପର୍ବ ଭଲରେ ପାଳନ କରିଛି ବିଜେପି ।

ଏହା ମଧ୍ୟ ପଢନ୍ତୁ: କଂଗ୍ରେସ ଭବନରେ ହୋଲି ଆସର, ଫଗୁ ରଙ୍ଗରେ ରଙ୍ଗୀନ ହେଲେ ସୁର ରାଉତରାୟ

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.