ବରଗଡ଼ ବିଧାନସଭା ଆସନ: ବିଜେପି ପ୍ରାର୍ଥୀ ଅଶ୍ୱିନୀ ଷଡ଼ଙ୍ଗୀଙ୍କ ବିଜୟ - BJP Candidate Wins In Bargarh

By ETV Bharat Odisha Team

Published : Jun 4, 2024, 7:59 PM IST

thumbnail
BJP Candidate Wins In Bargarh (ETV Bharat Odisha)

BJP Candidate Wins In Bargarh: ବରଗଡ଼: ବିଜେପି ପ୍ରାର୍ଥୀ ଅଶ୍ୱିନୀ ଷଡ଼ଙ୍ଗୀ ବରଗଡ଼ ବିଧାନଭା ଆସନରେ ବାଜିମାତ କରିଛନ୍ତି । ଅଶ୍ୱିନୀ ଷଡ଼ଙ୍ଗୀ 4 ହଜାର 643 ଭୋଟରେ ବିଜୟୀ ହୋଇଛନ୍ତି । 17 ରାଉଣ୍ଡର ଗଣତି ପରେ ଅଶ୍ୱିନୀ ଷଡ଼ଙ୍ଗୀ ବାଜିମାତ କରିଥିବା ଜଣାପଡ଼ିଛି । ବିଜେପି ପ୍ରାର୍ଥୀ ଅଶ୍ବିନୀ 77 ହଜାର 049 ଖଣ୍ଡ ଭୋଟ ପାଇଥିବାବେଳେ ବିଜେଡି ପ୍ରାର୍ଥୀଙ୍କୁ ମିଳିଥିଲା 72 ହଜାର 406 ଖଣ୍ଡ ଭୋଟ । କଂଗ୍ରେସ ପ୍ରାର୍ଥୀ 10 ହଜାର 174 ଖଣ୍ଡ ଭୋଟ ପାଇଛନ୍ତି ।

ଏହା ବି ପଢନ୍ତୁ...ବିଜେପି ଖାତାକୁ ଗଲା ସତ୍ୟବାଦୀ ଆସନ, ଓମ ପ୍ରକାଶ ମିଶ୍ରଙ୍କ ବାଜିମାତ - BJP Wins In Satyabadi

ରାଜ୍ୟ ଦେଖିଛି ବଡ଼ ଧରଣର ପରିବର୍ତ୍ତନ । ବିଜେଡି ହାତରୁ ଏବେ କ୍ଷମତା ବିଜେପିକୁ ହସ୍ତାନ୍ତର ହୋଇଛି । ବିପୁଳ ପରିମାଣରେ ଜନମତ ହାସଲ କରିବାରେ ସଫଳ ହୋଇଛି ଭାରତୀୟ ଜନତା ପାର୍ଟି । ବରଗଡ଼ରେ ମଧ୍ୟ ବିଜେପି ପ୍ରାର୍ଥୀ ଅଶ୍ୱିନୀ ଷଡ଼ଙ୍ଗୀ ବାଜିମାତ କରିଛନ୍ତି । 

ଇଟିଭି ଭାରତ, ବରଗଡ଼

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.