thumbnail

ରାଉରକେଲାରେ ବିଜେଡିର ଦବଦବା, ବାଜି ମାରିଲେ ସାରଦା - SUNDARGARH LOK SABHA Result

By ETV Bharat Odisha Team

Published : Jun 5, 2024, 10:00 PM IST

SUNDARGARH LOK SABHA: ରାଉରକେଲା: ଖୋଲିଲା ନେତାଙ୍କ ଭାଗ୍ୟର ପେଡି । ବର୍ତ୍ତମାନ ସମୟ ହେଉଛି ସରକାର ଗଢିବାର । ଚଳିତ ନିର୍ବାଚନରେ ସୁନ୍ଦରଗଡ଼ ଜିଲ୍ଲାରେ ଜୋରଦାର ଲଢେଇ ଦେଖିବାକୁ ମିଳିଛି । ରାଉରକେଲା ବିଧାନସଭାରେ ବାଜି ମାରିଲେ ସାରଦା ନାୟକ । ତେବେ ସମ୍ପୂର୍ଣ୍ଣ ଜିଲ୍ଲାର ରେଜଲ୍ଟକୁ ନେଇ ବରିଷ୍ଠ ସାମ୍ବାଦିକଙ୍କ ସହ ବିଶେଷ ଆଲୋଚନା କରିଛନ୍ତି ଆମ ପ୍ରତିନିଧି । ରାଉରକେଲାରେ 11ଜଣ ବିଧାୟକ ପ୍ରାର୍ଥୀ, ସୁନ୍ଦରଗଡ଼ରେ 8, ରଘୁନାଥପାଲ୍ଲୀରେ 8,ତଳସରାରେ 8 ,ବଣାଇରେ 10 , ବିରମିତ୍ରପୁରରେ 8, ରାଜଗାଙ୍ଗପୁରରେ 6 ଏବଂ ଲୋକସଭାରେ ମୋଟ ୮ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହୋଇଥିଲା । ଏଥିରୁ କେବଳ ୭ ଜଣ ବିଧାନସଭା ଏବଂ ଜଣେ ଲୋକସଭାରେ ବିଜୟୀ ହୋଇଛନ୍ତି । 

ଏଥର ସୁନ୍ଦରଗଡ଼ରେ ୩ଟି ସିଟରେ ବିଜେଡି ଏବଂ ଦୁଇଟି ସିଟରେ ବିଜେପି ଓ ଗୋଟିଏରେ କଂଗ୍ରେସ ଏବଂ CPIM ମଧ୍ୟ ଗୋଟିଏରେ ବିଜୟୀ ହୋଇଛି । ରାଉରକେଲାରେ ସାରଦା ନାୟକ 64660 ଭୋଟ ସହ 3552 ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ସ୍ଥାନରେ ବିଜେପିର ଦିଲ୍ଲୀପ ରାୟ ରହିଛନ୍ତି । ମୋଟ 61 ହଜାର 118ଟି ଭୋଟ ପାଇଛନ୍ତି ଏବଂ ତୃତୀୟ ସ୍ଥାନରେ 8751 ଭୋଟ ପାଇ ପରାସ୍ତ ହୋଇଛନ୍ତି । ରଘୁନାଥପାଲ୍ଲୀରେ ବିଜେପି ଦୁର୍ଗା ତନ୍ତୀ 51189 ଭୋଟ ପାଇ 5774 ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ସ୍ଥାନରେ ବିଜେଡି ଅର୍ଚ୍ଚନା ରେଖା ବେହେରା 45 ହଜାର 415ଟି ଭୋଟ ପାଇଛନ୍ତି  ଏବଂ ତୃତୀୟ ସ୍ଥାନରେ କଂଗ୍ରେସ ଗୋପାଳ ଦାସ 17038 ଭୋଟ ପାଇ ରହିଛନ୍ତି । ବୀରମିତ୍ରପୁରରେ ବିଜେଡି ରୋହିତ ତିର୍କୀ 84116 ଭୋଟ ପାଇ ବିଜୟୀ ହୋଇ ଥିବାବେଳେ ବଣାଇରେ ସିପିଆଇଏମର ଲକ୍ଷ୍ମଣ ମୁଣ୍ଡା 81008 ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି । 

ଏହା ମଧ୍ୟ ପଢନ୍ତୁ ......21ରୁ 20 ପୋଛି ନେଲା ବିଜେପି, ଗୋଟିଏ କ୍ଲିକ୍‌ରେ ଜାଣନ୍ତୁ କେଉଁ ଆସନରେ କେତେ ଭୋଟ ବ୍ୟବଧାନରେ କିଏ ଜିତିଲେ - Odisha Lok Sabha Election Results 2024

ଇଟିଭି ଭାରତ, ଭୁବନେଶ୍ବର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.