ବୌଦ୍ଧରେ ଖୁସିର ଲହରୀ, ବୌଦ୍ଧକୁ ମ୍ୟୁନିସିପାଲଟି ଓ କଣ୍ଟାମାଳକୁ ଏନଏସି ମାନ୍ୟତା - ବୌଦ୍ଧ ମ୍ୟୁନିସିପାଲଟି
🎬 Watch Now: Feature Video

Published : Feb 24, 2024, 9:49 PM IST
Government Declares As Municipality To Boudh: ବୌଦ୍ଧ: ଆଜି ବୌଦ୍ଧ ଜିଲ୍ଲା ପାଇଁ ଏକ ଖୁସିର ଦିନ । ଜିଲ୍ଲାବାସୀଙ୍କ ଦୀର୍ଘ ଦିନର ଦାବିକୁ ଆଜି ସରକାର ଶୁଣିଛନ୍ତି । ଏକମାତ୍ର ପୌରାଞ୍ଚଳକୁ ମ୍ୟୁନିସିପାଲଟି ଭାବରେ ଘୋଷଣା କରିବା ସହ ଛନ୍ତି ଜିଲ୍ଲାରେ ଆଉ ଏକ ଏନ୍ଏସିର ଗଠନ ପାଇଁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏଥିପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ଆନନ୍ଦ ତଥା ଖୁସିର ମାହୋଲ ସୃଷ୍ଟି ହୋଇଛି । ବୌଦ୍ଧ ଜିଲ୍ଲା ସଦର ମହକୁମା ଗତ ପ୍ରାୟ ଷାଠିଏ ବର୍ଷ ପୂର୍ବରୁ ଅର୍ଥାତ ୧୯୬୧ ମସିହାରେ ୧୩ଟି ଓ୍ବାର୍ଡକୁ ନେଇ ସ୍ବତନ୍ତ୍ର ପୌରାଞ୍ଚଳ ପ୍ରତିଷ୍ଠା ଗଠନ କରାଯାଇଥିଲା । ବୌଦ୍ଧଗଡ଼ ଗଠିତ ହେବାର ଷାଠିଏ ବର୍ଷରୁ ଉର୍ଦ୍ଧ୍ବ ସମୟ ବିତି ଯାଇଥିଲେ ମଧ୍ୟ ଏହାକୁ ସ୍ବତନ୍ତ୍ର ମ୍ୟୁନିସିପାଲଟି ଘୋଷଣା କରିବା ପାଇଁ ଦାବି ହୋଇ ଆସୁଥିଲା ।
ଜିଲ୍ଲାର ବିଭିନ୍ନ ସଂଗଠନ ପକ୍ଷରୁ ଜିଲ୍ଲା ସଦରମହକୁମା ଏନଏସିକୁ ମ୍ୟୁନିସିପାଲଟିରେ ପରିଣତ ସହିତ କଣ୍ଟାମାଳ, ମନମୁଣ୍ଡା, ବାଉଶୁଣୀ ଓ ପୁରୁଣା କଟକକୁ ଏନଏସି ପାଇଁ ଦାବି ହୋଇ ଆସୁଥିଲା । ଏନେଇ ବାରମ୍ବାର ଇଟିଭି ଭାରତରେ ମଧ୍ୟ ଖବର ପ୍ରସାରଣ ହୋଇଥିଲା । ଶେଷରେ ଆଜି ରାଜ୍ୟ ସରକାର ବୌଦ୍ଧଗଡ଼କୁ ମ୍ୟୁନିସିପାଲଟି ଓ କଣ୍ଟାମାଳକୁ ନୂତନ ଏନଏସି ଗଠନ କରିବା ପାଇଁ ଘୋଷଣା କରିଛନ୍ତି । ଫଳରେ ବୌଦ୍ଧ ଓ କଣ୍ଟାମାଳରେ ଖୁସିର ଲହରୀ ଖେଳିଯାଇଛି ।
ଏହା ମଧ୍ୟ ପଢନ୍ତୁ ......ରାଜ୍ୟରେ ୩୪ ନୂଆ NAC ଏବଂ ୫ ନୂଆ ମ୍ୟୁନିସିପାଲିଟି, ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଇଟିଭି ଭାରତ, ବୌଦ୍ଧ