୧୦ ତାରିଖ ଜନତା ମୈଦାନରେ ଓଡ଼ିଆ ଅସ୍ମିତାର ପ୍ରତିଫଳନ ହେବ: ମନମୋହନ ସାମଲ - Manmohan Samal returns from Delhi
🎬 Watch Now: Feature Video
Published : Jun 8, 2024, 8:40 PM IST
ଭୁବନେଶ୍ବର: ରାଜ୍ୟରେ ସଂଖ୍ୟା ଗରିଷ୍ଠତା ପାଇବା ପରେ ବିଜେପିରେ ଚାଲିଛି ମୁଖ୍ୟମନ୍ତ୍ରୀ ଚୟନ କସରତ । ରାଜ୍ୟର ବରିଷ୍ଠ ନେତୃବୃନ୍ଦଙ୍କ ଘନ ଘନ ଦିଲ୍ଲୀ ଗସ୍ତ ଜାରି ରହିଛି । ଏହାରି ଭିତରେ ଆଜି ସନ୍ଧ୍ୟାରେ ଦିଲ୍ଲୀରୁ ଫେରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଦିଲ୍ଲୀରୁ ଫେରିବା ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ମନମୋହନ । ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସଭାପତି । ତେବେ ସେ ନିଜେ ଏହି ରେସ୍ରେ ନଥିବା ସ୍ପଷ୍ଟ କରିଛନ୍ତି ।
ମନମୋହନ କହିଛନ୍ତି, "ମୁଁ ସିଏମ୍ ରେସରେ ନାହିଁ । କିଏ ହେବେ, ତାହା ବର୍ତ୍ତମାନ ସୁଦ୍ଧା ନିଷ୍ପତ୍ତି ହୋଇନାହିଁ । ଆହୁରି ୪୮ ଘଣ୍ଟା ଅପେକ୍ଷା ବାକି ଅଛି । ଖୁବଶୀଘ୍ର ଚିତ୍ର ସ୍ପଷ୍ଟ ହେବ । ଦିଲ୍ଲୀରେ କୌଣସି ସଂସଦୀୟ ବୈଠକ ହୋଇନାହିଁ । ମୁଁ ସିଏମ୍ ରେସ୍ରେ ନଥିଲି କି ନାହିଁ । ମୁଁ ଗୁଣ୍ଡୁଚି ମୂଷା ପରି ଦଳ ପାଇଁ କାର୍ଯ୍ୟ କରୁଛି, ଆଗକୁ ମଧ୍ୟ କରିବି । ୧୦ ତାରିଖରେ ଓଡ଼ିଆ ଅସ୍ମିତାର ପ୍ରତିଫଳନ ହେବ । ଶପଥପାଠ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହ, ଜେପି ନଡ୍ଡା, ବହୁ ରାଜ୍ୟର ମୁଖ୍ୟମନ୍ତ୍ରୀ, ପଦ୍ମଶ୍ରୀ ସମ୍ମାନିତ ବ୍ୟକ୍ତି ବିଶେଷ, ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।"
ଇଟିଭି ଭାରତ, ଭୁବନେଶ୍ବର