thumbnail

By ETV Bharat Odisha Team

Published : Jun 18, 2024, 5:59 PM IST

ETV Bharat / Videos

ରିଲ୍‌ ସରପଞ୍ଚ ବାବୁଙ୍କ ରିୟଲ ସରପଞ୍ଚ ହେବାକୁ ମନ, ଗଣମାଧ୍ୟମରେ କହିଲେ ମନକଥା - Sidhant Mohapatra wish

BJP MLA Sidhant Mohapatra wants to be a Sarpanch: ଭୁବନେଶ୍ବର: ରିଲ୍ ଦୁନିଆରୁ ରାଜନୀତି । ପ୍ରଥମେ ସାଂସଦ, ଆଉ ଏବେ ବିଧାୟକ । ସୁଯୋଗ ମିଳିଲେ ହେବେ ସରପଞ୍ଚ । ଓଲିଉଡ ଜଗତରେ ଏକଦା 'ସରପଞ୍ଚ ବାବୁ' ଭାବେ ଚହଳ ପକାଇଥିବା, ବର୍ତ୍ତମାନର ରାଜନେତା ସିଦ୍ଧାନ୍ତ ମହାପାତ୍ର ଏବେ ମନ ବଳାଇଛନ୍ତି ରିୟଲ ଦୁନିଆରେ ସରପଞ୍ଚ ହେବାକୁ  । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରୁ  ବିଜେପି ଟିକଟରେ ବିଧାୟକ ନିର୍ବାଚିତ ହୋଇଥିବା ସିଦ୍ଧାନ୍ତ ନିଜର ମନକଥା ଖୋଲି କହିଛନ୍ତି । ବିଧାନସଭାରେ ବିଧାୟକ ପଦରେ ଶପଥପାଠ ପରେ ଗଣମାଧ୍ୟମକୁ ସିଦ୍ଧାନ୍ତ କହିଛନ୍ତି, "ଆମ ମୁଖ୍ୟମନ୍ତ୍ରୀ ସରପଞ୍ଚରୁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଯଦି ମୋତେ ସୁଯୋଗ ମିଳେ, ତେବେ ମୁଁ ମଧ୍ୟ ସରପଞ୍ଚ ହୋଇ ଲୋକଙ୍କ ସେବା କରିବାକୁ ଚାହିଁବି ।"

ଓଲିଉଡରେ ଚକୋଲେଟ୍ ହିରୋ ମୁନା ଭାଇ, ଓରଫ ସିଦ୍ଧାନ୍ତ ମହାପତ୍ର ୨୦୦୯ରେ ରାଜନୀତିରେ ପାଦ ଦେଇଥିଲେ  । ସେ ବିଜେଡି ଟିକଟରେ ୨୦୦୯ ଏବଂ ୨୦୧୪ରେ ବ୍ରହ୍ମପୁର ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ସିଦ୍ଧାନ୍ତ ୨୦୨୪ ନିର୍ବାଚନ ପୂର୍ବରୁ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିଲେ । ଏଥିସହ ବିଜେପି ଟିକଟରେ ଦିଗପହଣ୍ଡି ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି  ।

ଏହା ମଧ୍ୟ ପଢ଼ନ୍ତୁ...ସାଇକେଲ ଚଳାଇ ବିଧାନସଭାରେ ପହଞ୍ଚିଲେ ସିଦ୍ଧାନ୍ତ; ନେତା ଓ ମନ୍ତ୍ରୀଙ୍କୁ ବି କଲେ ଅପିଲ୍ - Sidhant Reaches Assembly On Cycle

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.