ରଘୁନାଥପାଲ୍ଲୀରେ ବାଜି ମାରିଲା ବିଜେପି, ବିଜୟ ପରେ ଲୋକଙ୍କ ପାଇଁ କାମ କରିବି କହିଲେ ଦୁର୍ଗା ତନ୍ତି - Bjp Winning Leader Durga Tanti

By ETV Bharat Odisha Team

Published : Jun 7, 2024, 12:14 PM IST

thumbnail
ରଘୁନାଥପାଲ୍ଲୀରେ ବାଜି ମାରିଲା ବିଜେପି, ବିଜୟ ପରେ ଲୋକଙ୍କ ପାଇଁ କାମ କରିବି କହିଲେ ଦୁର୍ଗା ତନ୍ତି (ETV Bharat Odisha)

ରାଉରକେଲା: ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀରେ ଏଥର ଏକ ତରଫା ବିଜୟୀ ହାସଲ କରିଛି ବିଜେପି । ବିଜେଡିର ଗଡ଼ ବୋଲାଉଥିବା ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀକୁ ଲମ୍ବା ଅନ୍ତରାଳ ପରେ ପ୍ରାୟ ୨୪ ବର୍ଷ ପରେ ଏହାକୁ ଦଖଲ କରିବାରେ ସଫଳ ହୋଇଛି ବିଜେପି ଦଳ। ସୁନ୍ଦରଗଡ଼ ସହ ବିରମିତ୍ରପୁର ଆସନର ସିଟିଂ MLA ଥାଇ ମଧ୍ୟ ସେଠାରେ ବିଜେଡି ଦଳ ବିଶାଳ ମାର୍ଜିନ ରେ ବିଜୟ ଲାଭ କରିଥିବା ବେଳେ କେବେଳ ଭବାନୀ ଭୋଇ ତଳସରା ବିଧାନସଭା ଆସନ ଲାଗି ନିଜର ଗଡ଼ ରକ୍ଷା କରିଥିଲେ ଏବଂ ନୂତନ ଭାବରେ ରଘୁନାଥପାଲ୍ଲୀରେ ବିଜେପି ପ୍ରାର୍ଥୀ ଦୁର୍ଗା ତନ୍ତି ବିଜୟୀ ହୋଇଛନ୍ତି । ତେବେ ଦୁର୍ଗା ଚରଣ ତନ୍ତି ହେଉଛନ୍ତି RSS କ୍ୟାଡ଼ରର କର୍ମୀ । ଏଥର ବିଜେପି ଦଳ ତାଙ୍କୁ ଭରସା କରିଥିଲା ଏବଂ ସେ ଏଥିରେ ଉତ୍ତୀର୍ଣ୍ଣ ମଧ୍ୟ ହୋଇଛନ୍ତି । ତେବେ ରଘୁନାଥପାଲ୍ଲୀରେ ବିଜେପିର ଦୁର୍ଗା ତନ୍ତୀ ୫୭୭୪ ଭୋଟ ବ୍ୟବଧାନରେ ବିଜେଡି ପ୍ରାର୍ଥୀ ଅର୍ଚ୍ଚନା ରେଖା ବେହେରାଙ୍କୁ ପରାସ୍ତ କରିଛନ୍ତି । ଦୁର୍ଗା ତନ୍ତୀ ୫୧, ୧୮୯ ଭୋଟ ପାଇଥିବା ବେଳେ ଅର୍ଚ୍ଚନା ୪୫ ହଜାର ୪୧୫ ଭୋଟ ପାଇଛନ୍ତି ଏବଂ କଂଗ୍ରେସ ପ୍ରାର୍ଥୀ ଗୋପାଳ ଦାସ ୧୭୦୩୮ ଭୋଟ ପାଇଛନ୍ତି । ତେବେ ଏଥର ରାଜ୍ୟରେ ବିଜେପି ସରକାର କରୁଥିବା ବେଳେ ସେ ମଧ୍ୟ ରୁଲିଂ ପାର୍ଟି ରେ ପ୍ରଥମ କରି ବିଧାୟକ ଭାବରେ ବିଜୟୀ ହୋଇ ବିଧାନସଭ କୁ ଯିବେ ଏବଂ ସେ ଏହି ବିଜୟ ର ଶ୍ରେୟ ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କୁ ଦେଇଛନ୍ତି ଏବଂ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ବର୍ତ୍ତମାନ ବିଧାୟକ ଭାବରେ ଲୋକେ ମୋତେ ବିଜୟୀ କରାଇଛନ୍ତି । ତେଣୁ ବର୍ତ୍ତମାନ ଦାୟିତ୍ୱ ଆହୁରି ଅଧିକ ବଢିଛି ଏବଂ ଆମେ ବିଜୟୀ ହେବା ମାତ୍ରେ ଯେଉଁସବୁ କାର୍ଯ୍ୟ ପୂର୍ବ ବିଧାୟକଙ୍କ ଅମଳରେ ହୋଇନାହିଁ ସେ ସମସ୍ତ କାମ ପୂରଣ କରିବେ ବୋଲି ପ୍ରତିଶୃତି ଦେବା ସହ କିଭଳି ଭାବରେ ଲୋକଙ୍କୁ ମୌଳିକ ସୁବିଧା ମିଳିବ ଏବଂ କିଭଳି ଭାବରେ ଲୋକେ ସମସ୍ତ ଯୋଜନା ପାଇ ପାରିବେ ଏବଂ କିଭଳି ଲୋକଙ୍କ ପାଇଁ କାର୍ଯ୍ୟ ହେବ ତାହା ମୂଳ ଲକ୍ଷ୍ୟ ରହିବ। ରଘୁନାଥପାଲ୍ଲୀ ଅଞ୍ଚଳରେ ରହିଥିବା ରାସ୍ତା, ପାଣି ଏବଂ ବିଭିନ୍ନ ମୌଳିକ ସମସ୍ୟା ଆଗେ ଦୂର କରାଯିବ। ଏଥିସହ ପୂର୍ବରୁ କେନ୍ଦ୍ର ଯୋଜନା ଯାହା ଲାଗୁ ହୋଇପାରୁନଥିଲା ତାହା ବର୍ତ୍ତମାନ ଲୋକେ ସୁବିଧାରେ ପାଇପାରିବେ ବୋଲି ସେ କହିଛନ୍ତି । 

ଏହା ମଧ୍ୟ ପଢନ୍ତୁ: ହାର୍ ଜିତ୍ ଲାଗି ରହିବ ରାଉରକେଲା ପାଇଁ ଯାହା ଆବଶ୍ୟକ ତାହା କରିବି: ଦିଲ୍ଲୀପ ରାୟ 

ରାଉରକେଲା, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.