thumbnail

ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପ୍ରସ୍ତୁତ: ରାହୁଲ ଜୈନ - Election Preparation in Nayagarh

By ETV Bharat Odisha Team

Published : May 19, 2024, 10:44 PM IST

Odisha Assembly Election 2024: ନୟାଗଡ଼: ଆସନ୍ତାକାଲି ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ହେବାକୁ ଯାଉଛି ମତଦାନ l ସେଥିପାଇଁ ପ୍ରତ୍ୟେକ ବୁଥକୁ ପୋଲିଂ ଏବଂ ପ୍ରିଜାଡିଙ୍ଗ ଅଫିସର ମାନେ ପହଞ୍ଚି ସାରିଲେଣି l ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି l ଆଜି ଜିଲ୍ଲା ପୋଲିସ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଯେଉଁଠି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ।    

ଏହା ମଧ୍ୟ ପଢ଼ନ୍ତୁ.. ଓଡ଼ିଶା ବିଧାନସଭା ନିର୍ବାଚନ 2024; ରାତି ପାହିଲେ ମତଦାନ, ଦ୍ବିତୀୟ ପର୍ଯ୍ୟାୟରେ 35 ଆସନରେ ଭୋଟିଂ - Odisha Second Phase Voting

ତେବେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ୨୩୪ଟି ବୁଥ ରହିଛି l ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ 20ଟି ମୋବାଇଲ ପାର୍ଟି, 36 ଜଣ ସେକ୍ଟର ମାଜିଷ୍ଟ୍ରେଟଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି l ଏହା ସହ 7ଜଣ ସେକ୍ଟର ପୋଲିସ ଅଫିସର ନିଯୁକ୍ତି ହୋଇଛନ୍ତି l ସେମାନଙ୍କୁ ପରିଚାଳନା କରିବା ପାଇଁ 2ଜଣ ସୁପରଭାଇଜିଂ ଅଫିସର ନିଯୁକ୍ତ ରହିଛନ୍ତି l 7 ସେକ୍ସନ ଏସୋପିଙ୍କୁ ଷ୍ଟାଇକିଂ ଫୋର୍ସ ଭାବେ ମୁତୟନ କରାଯାଇଛି l 2ଟି କୁଇକ ରେସ୍ପନସ ଟିମ ସହ 2 ସେକ୍ସନ ସିଏପିଏଫଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି l ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଗୋଟିଏ 24X7 କଣ୍ଟ୍ରୋଲ ରୁମ ଖୋଲାଯାଇଛି l ଏଥିସହିତ 27 ଜଣ ଭିଡିଓ ଗ୍ରାଫ 29ଟି ଫୋଟୋ ଗ୍ରାଫ ଟିମକୁ ନିଯୁକ୍ତି କରାଯାଇଛି l ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ପାଇଁ 24ଟି ଫ୍ଲାଇଙ୍ଗ ସ୍କ୍ୱାଡ଼ ଗଠନ କରାଯାଇଛି l ମାଓ ମୁକାବିଲା ପାଇଁ ମାଓ ଅଞ୍ଚଳରେ ୨୪ଘଣ୍ଟିଆ ପେଟ୍ରୋଲିଂ କରାଯିବା ସହିତ କମ୍ବିଂ ଅପରେସନ ଜାରି ରହିଛି l ଭୋଟର ମାନେ ବହୁ ସଂଖ୍ୟରେ ଯୋଗଦେଇ ଗଣତନ୍ତ୍ରର ମହାପର୍ବରେ ସାମିଲ ହେବାକୁ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ନିବେଦନ କରିଛନ୍ତି l

ଇଟିଭି ଭାରତ, ନୟାଗଡ଼

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.