thumbnail

ମତଦାନ ବେଳେ ହିଂସା, କେନ୍ଦ୍ରାପଡା ବିଜେପି ସଭାପତିଙ୍କୁ ଛୁରା ମାଡ଼ - Poll Violence in Kendrapara

By ETV Bharat Odisha Team

Published : Jun 1, 2024, 4:12 PM IST

Poll Violence in Kendrapara: କେନ୍ଦ୍ରାପଡ଼ା: ରାଜ୍ୟରେ ଚାଲିଛି ଅନ୍ତିମ ପ୍ରର୍ଯ୍ୟାୟ ନିର୍ବାଚନ । ସକାଳ 7ଟାରୁ ଭୋଟ ବୁଥରେ ଭୋଟରଙ୍କ ଭିଡ଼ ଦେଖିବାକୁ ମିଳିଛି । ହେଲେ ସେଥିମଧ୍ୟରେ କେନ୍ଦ୍ରାପଡ଼ାରୁ ନିର୍ବାଚନୀ ହିଂସାର ସୂଚନା ମିଳିଛି । କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନୀଳକଣ୍ଠପୁର ପଞ୍ଚାୟତ 35 ନମ୍ବର ବୁଥର ବିଜେପି ସଭାପତିଙ୍କୁ ଛୁରା ମାଡ଼ ହୋଇଛି । 35 ନମ୍ବର ଜୋନର ବିଜେପି ସଭାପତି ରଶ୍ମି ରଞ୍ଜନ ଜେନାଙ୍କୁ ବିଜେଡି ନେତା ମରଣାନ୍ତକ ଆକ୍ରମଣ କରିଛନ୍ତି ବୋଲି ଅଭିଯୋଗ ଆସିଛି । ସେହି ଆକ୍ରମଣରେ ରଶ୍ମି ରଞ୍ଜନଙ୍କ ପିଠିରେ ଗୁରୁତର ଆଘାତ ଲାଗିଛି l ଗୁରୁତର ଅବସ୍ଥାରେ ରଶ୍ମିଙ୍କୁ ପଟ୍ଟାମୁଣ୍ଡାଇ ମେଡିକାଲରେ ଭର୍ତ୍ତି କରାଯାଇଛି l ଏନେଇ ପଟ୍ଟାମୁଣ୍ଡାଇ ଥାନାରେ ରଶ୍ମି ରଞ୍ଜନ ଏତଲା ଦିଆଯାଇଛି । ତେବେ ଅଭିଯୋଗ ମିଳିବା ପରେ ପୋଲିସ ପକ୍ଷରୁ ତଦନ୍ତ କରାଯାଇ ଅଭିଯୁକ୍ତ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏହା ମଧ୍ୟ ପଢ଼ନ୍ତୁ...ଭୋଟ ଦେଲେ ଯାଜପୁରବାସୀ, ଅପରାହ୍ନ 1ଟା ସୁଦ୍ଧା 53% ଭୋଟିଂ - VOTING IN Jajpur

ଇଟିଭି ଭାରତ, କେନ୍ଦ୍ରାପଡ଼ା 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.