thumbnail

By ETV Bharat Odisha Team

Published : May 18, 2024, 7:34 AM IST

ETV Bharat / Videos

ଆସିକାର ପୂରାତନ ସୁନାମ ଆଣିବାକୁ ପ୍ରୟାସ କରିବି: କଂଗ୍ରେସ ପ୍ରାର୍ଥିନୀ ସୁରଭି - Aska Assembly seat

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳର ଥିବା ପୁରାତନ ସୁନାମ ଲିଭିଯିବାକୁ ବସିଛି । ଯେଉଁ ଆସିକାରେ ସୁଗାର ଫ୍ୟାକ୍ଟରୀଠାରୁ ଆରମ୍ଭ କରି ସ୍ପିନିଂ ମିଲ୍‌ ଭଳି ଅନେକ ଶିଳ୍ପ ଗଢି ଉଠିଥିଲା ତାହା ଏବେ ସମ୍ପୂର୍ଣ୍ଣ ପରିଚୟ ହରାଇବା ଅବସ୍ଥାକୁ ଆସି ସାରିଲାଣି । ପାଠ୍ୟପୁସ୍ତକରେ ଯାହା ପରିଚିତ ଥିଲା, ସେଥିରେ ଗତ ୨୪ବର୍ଷ ମଧ୍ୟରେ ସେଭଳି ଆଖିଦୃଷ୍ଟିଆ ବିକାଶ ହୋଇନାହିଁ । ସ୍ଥାନୀୟ ନିଯୁକ୍ତିକୁ ଅଗ୍ରାଧିକାର ଦିଆନଯିବା ଯୋଗୁଁ ଚିନ୍ତାରେ ରହିଥିବା ଆସିକା ନିର୍ବାଚନ ମଣ୍ଡଳୀର ଜନତାଙ୍କ ନିକଟରେ ସେହି ପୁରାତନ ସୁନାମ ଆଣିବାକୁ ପ୍ରତିଶୃତି ଦେଇ ନିଜର ନିର୍ବାଚନ ପ୍ରଚାର ଜାରି ରଖିଛନ୍ତି କଂଗ୍ରେସର ବିଧାୟିକା ପ୍ରାର୍ଥିନୀ ସୁରଭି ବିଷୋୟୀ । 

ସୁରଭି ନିଜର ପ୍ରଚାର ସମୟରେ ଏଠାକାର ମୌଳିକ ସମସ୍ୟାର ସମାଧାନ କରିବାର ପ୍ରତିଶୃତି ସହ ଏଠାକାର ଦାଦନ ସମସ୍ୟାର ସମାଧାନ କରିବା ଉପରେ ପ୍ରାଧାନ୍ୟ ଦେଉଛନ୍ତି । ରାଜ୍ୟରେ ହେବାକୁଥିବା ଦ୍ୱିତୀୟ ପର୍ଯ୍ୟାୟର ନିର୍ବାଚନ ପାଇଁ ବିଭିନ୍ନ ସ୍ଥାନରେ ଜାରି ରହିଛି ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀଙ୍କ ମାରାଥନ ପ୍ରଚାର । ସେହିକ୍ରମରେ ସୁରଭି ମଧ୍ୟ ନିଜ ପ୍ରଜାର ଜାରି ରଖିଛନ୍ତି । ବିଭିନ୍ନ ସମସ୍ୟା ନେଇ ଲୋକଙ୍କ ନିକଟତର ହେଉଛନ୍ତି । ଆସିକାର ବିଭିନ୍ନ ସମସ୍ୟା ସମାଧାନ କରି ସେ ଅଞ୍ଚଳରେ ଥିବା ପୂର୍ବ ପରିଚୟ ଫେରାଇବା ପାଇଁ କାମ କରିବେ ବୋଲି କହିଛନ୍ତି । ପ୍ରଚାର ମୈଦାନରେ ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ପ୍ରତିନିଧି ସମୀର ଆଚାର୍ଯ୍ୟ ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.