ଶେଷ ଲଢ଼େଇ ପାଇଁ ସରିଲା ପ୍ରଚାର, ଜୁନ 1ରେ ଭୋଟ ଦେବ କେନ୍ଦ୍ରାପଡା - Campaign Ends In Kendrapara - CAMPAIGN ENDS IN KENDRAPARA
🎬 Watch Now: Feature Video
Published : May 30, 2024, 9:17 PM IST
Kendrapara Assembly Constituency: କେନ୍ଦ୍ରାପଡା: ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଶେଷ ହୋଇଛି ପ୍ରଚାର।ଆସନ୍ତା ୧ ଜୁନରେ ଉପକୂଳବର୍ତ୍ତୀ ୬ଟି ଜିଲ୍ଲାର ୬ଟି ଲୋକସଭା ଓ ୪୨ଟି ବିଧାନସଭା ଆସନ ପାଇଁ ପଡିବ ଭୋଟ । ତେବେ ଆଜି ଅପରାହ୍ନରୁ ପ୍ରଚାର ବନ୍ଦ ହେଉଥିବା ବେଳେ ଚଳିତଥର କେନ୍ଦ୍ରାପଡା ଦେଖିଛି ସର୍ବାଧିକ ନେତୃବୃନ୍ଦଙ୍କ ପ୍ରଚାର । କେନ୍ଦ୍ରାପଡା ଲୋକସଭା ଆସନ ଅନ୍ତର୍ଗତ ସାଲେପୁର, ମାହାଙ୍ଗା, ପାଟକୁରା, କେନ୍ଦ୍ରାପଡା, ଆଳି, ରାଜନଗର ଏବଂ ମହାକାଳପଡ଼ା ନିର୍ବାଚନ ମଣ୍ଡଳୀର ସାଲେପୁର ଠାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଚାର ଆରମ୍ଭ କରିଥିବା ବେଳେ କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ଡ଼ଃ ହମିଦ ହୁସେନ ଏହି ମଙ୍ଗ ସମ୍ଭାଳିଥିଲେ ।
ସେହିପରି ବିଜେପି ପକ୍ଷରୁ ସର୍ବୋଚ୍ଚ ନେତା ତଥା ପ୍ରଧାନମନ୍ତ୍ରୀ ଗତକାଲି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଆସିଥିବା ବେଳେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା, ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ, ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟ ନେତୃତ୍ୱ ବିଜେପି ପ୍ରାର୍ଥୀ ମାନଙ୍କ ସପକ୍ଷରେ ପ୍ରଚାର କରିବା ସହିତ ରାଜ୍ୟରେ କୁଶାସନ ଦୂର କରିବା ପାଇଁ ବିଜେପିକୁ ଭୋଟ ଦେବା ପାଇଁ ଅନୁରୋଧ କରିଥିଲେ ।
ସେହିପରି ବିଜେଡି ପକ୍ଷରୁ ୪୦ ଜଣିଆ ଷ୍ଟାର ପ୍ରଚାରକ ମଧ୍ୟରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୭ ତାରିଖ ଦିନ ପ୍ରଚାର ମୈଦାନକୁ ଓହ୍ଲାଇ ସାତଜଣ ବିଧାୟକ ପ୍ରାର୍ଥୀ ଓ ଲୋକସଭା ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିବା ବେଳେ ବିଜେଡି ନେତା ଭି.କେ.ପାଣ୍ଡିଆନ ତିନିଥର କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳୀ ଗସ୍ତ କରି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଭିକ୍ଷା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଦେବୀପ୍ରସାଦ ମିଶ୍ର, ମୁନ୍ନା ଖାନଙ୍କ ଭଳି ବିଜେଡି ନେତୃତ୍ୱ ପ୍ରଚାର ମୈଦାନରେ ନିଜ ଦଳର ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବା ପାଇଁ ବିକାଶର ନାରା ଦେଇଥିଲେ । ସେପଟେ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ ସିଧାସଳଖ ଟାର୍ଗେଟ କରିଥିବା ଦେଖା ଯାଇଥିଲା।
ନଜର ପକାନ୍ତୁ କିଏ କେଉଁ ଆସନରୁ କେଉଁ ଦଳରୁ ପ୍ରାର୍ଥୀ ହୋଇଛନ୍ତି
ପାଟକୁରା
ଅରବିନ୍ଦ ମହାପାତ୍ର (ବିଜେଡି)
ତେଜେଶ୍ୱର ପରିଡା (ବିଜେପି)
ରତିକାନ୍ତ କାନୁନଗୋ (କଂଗ୍ରେସ)
କେନ୍ଦ୍ରାପଡା
ଗଣେଶ୍ୱର ବେହେରା (ବିଜେଡି)
ଗୀତାଞ୍ଜଳୀ ସେଠୀ (ବିଜେପି)
ଡ଼ଃ ସିପ୍ରା ମଲିକ (କଂଗ୍ରେସ)
ଆଳି
ପ୍ରତାପ କେଶରୀ ଦେବ (ବିଜେଡି)
କୃଷ୍ଣଚନ୍ଦ୍ର ପଣ୍ଡା (ବିଜେପି)
ଡ଼ଃ ଦେବସ୍ମିତା ଶର୍ମା (କଂଗ୍ରେସ)
ରାଜନଗର
ଧ୍ରୁବ ଚରଣ ସାହୁ (ବିଜେଡି)
ଲଳିତ ବେହେରା (ବିଜେପି)
ଅଶୋକ ପ୍ରତିହାରୀ (କଂଗ୍ରେସ)
ମହାକାଳପଡ଼ା
ଅତନୁ ସବ୍ୟସାଚୀ ନାୟକ (ବିଜେଡି)
ଡ଼ଃ ଦୁର୍ଗା ପ୍ରସନ୍ନ ନାୟକ (ବିଜେପି)
ଲୋକନାଥ ମହାରଥୀ (କଂଗ୍ରେସ)
ଇଟିଭି ଭାରତ, କେନ୍ଦ୍ରାପଡା