ପ୍ରଚାର ଶେଷ ପର୍ଯ୍ୟାୟରେ ବିଜେପି ପାଇଁ ଭୋଟ ମାଗିଲେ କଳାକାର - BJp Campaign In boudh - BJP CAMPAIGN IN BOUDH
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/18-05-2024/640-480-21500636-thumbnail-16x9-bbsr.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : May 18, 2024, 10:13 PM IST
BJP CAMPAIGN IN BOUDH: ବୌଦ୍ଧ: ସଦର ମହକୁମା ସାପ୍ତାହିକ ହାଟରେ ବୁଲି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କଲେ ଚଳଚ୍ଚିତ୍ର ତଥା ଟେଲି ଅଭିନେତା । ଆସନ୍ତା 20 ତାରିଖରେ ଦ୍ବିତୀୟ ପର୍ଯ୍ୟାୟରେ ଅନୁଷ୍ଠିତ ହେବ ମତଦାନ । ସେଥିପାଇଁ ଆଜି ଶେଷ ହୋଇଛି ପ୍ରଚାର । ପ୍ରଚାର ଅଭିଯାନର ଶେଷ ଦିନରେ ବିଜେପି ପ୍ରାର୍ଥୀ ସରୋଜ କୁମାର ପ୍ରଧାନଙ୍କ ପାଇଁ ଅଭିନେତା ଅଭିନେତ୍ରୀ ବୁଲି ବୁଲି ପ୍ରଚାର କରୁଥିବାବେଳେ ସେମାନଙ୍କୁ ଦେଖିବାକୁ ଲୋକଙ୍କ ମଧ୍ୟରେ ବେଶ ଉତ୍କଣ୍ଠା ପରିଲକ୍ଷିତ ହୋଇଥିଲା ।
ବୌଦ୍ଧ ବିଧାନସଭା ଆସନରୁ ଗତ ପାଞ୍ଚ ଥର ଲଗାତାର ଭାବରେ ବରିଷ୍ଠ ବିଜେଡି ନେତା ପ୍ରଦୀପ କୁମାର ଅମାତ ବିଜୟୀ ହୋଇ ଆସୁଥିବାବେଳେ ଚଳିତ ନିର୍ବାଚନରେ ବିଜେପିର ସରୋଜ କୁମାର ପ୍ରଧାନ ନିଜ ସପକ୍ଷରେ ଜନମତ ସୃଷ୍ଟି ପାଇଁ ଭରପୁର ଉଦ୍ୟମ କରିଛନ୍ତି । ବିଶେଷ ଭାବରେ ବିଜେପିର ଲୋକପ୍ରିୟତା ଓ ମୋଦି ଗ୍ୟାରେଣ୍ଟିକୁ ନେଇ ସରୋଜ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ।
ଇଟିଭି ଭାରତ, ବୌଦ୍ଧ