thumbnail

ବାଙ୍କୀରେ ବିଜେଡି ପ୍ରାର୍ଥୀ ଦେବୀ ତ୍ରିପାଠୀଙ୍କ ଡୋର ଟୁ ଡୋର ପ୍ରଚାର ଜୋରଦାର - Devi Ranjan Tripathy Campaign

By ETV Bharat Odisha Team

Published : May 17, 2024, 1:06 PM IST

Devi Ranjan Tripathy campaign: କଟକ:  ସରଗରମ ପ୍ରଚାର ମୈଦାନ । ସମର୍ଥକଙ୍କ ସହ ଘର ଘର ବୁଲି ଭୋଟ ଭିକ୍ଷା କରିବାରେ ଲାଗି ପଡିଛନ୍ତି ପ୍ରାର୍ଥୀ  । କଟକରେ ମଧ୍ୟ ନିର୍ବାଚନ ଜୋରଦାର ରହିଛି  । କଟକ ଜିଲ୍ଲା ବାଙ୍କୀ ନିର୍ବାଚନ ମଣ୍ଡଳୀରେ ଏଥର କଡା ଟକ୍କର ଦେଖିବାକୁ ମିଳିବ ଚର୍ଚ୍ଚା ହେଉଛି । ବିଜେଡି ବିଧାୟକ ପ୍ରାର୍ଥୀ ଦେବୀ ରଞ୍ଜନ ତ୍ରିପାଠୀ , କଂଗ୍ରେସ ପ୍ରାର୍ଥୀ ଦେବାଶିଷ ନାୟକ ଏବଂ ବିଜେପିର ତୁଷାର ଚକ୍ରବର୍ତ୍ତୀଙ୍କ ମଧ୍ୟରେ ଲଢେଇ ହେବା ନେଇ ଚର୍ଚ୍ଚା ହେଉଛି । ଗତ ନିର୍ବାଚନରେ ଯଦିଓ ବିଜେଡି ପ୍ରାର୍ଥୀ ଦେବୀ ରଞ୍ଜନ ତ୍ରିପାଠୀ ବିଜୟୀ ହୋଇଥିଲେ ଏଥର କିନ୍ତୁ ଏଠାରେ ତ୍ରିମୁଖୀ ଲଢେଇ ହେବା ନେଇ କୁହାଯାଉଛି । ତେବେ ବାଙ୍କୀରେ ପ୍ରଚାର ମାହୋଲ ବେଶ ସରଗରମ ରହିଛି  । ଅନ୍ୟପଟେ ବିଜେଡି ପ୍ରାର୍ଥୀ ଦେବୀ ରଞ୍ଜନ ତ୍ରିପାଠୀ କେମିତି କରୁଛନ୍ତି ପ୍ରଚାର, ବାଙ୍କୀ ପାଇଁ ଏଥର ତାଙ୍କର କଣ ରହିଛି ଏଜେଣ୍ଡା, ତମାମ ପ୍ରସଙ୍ଗରେ ଅଧିକ ଆଲୋଚନା କରିଛନ୍ତି ଆମ କଟକ ପ୍ରତିନିଧି ନାରାୟଣ ସାହୁ...

ଏହାମଧ୍ୟ ପଢନ୍ତୁ.. କଟକ ଚୌଦ୍ୱାରରେ ବହୁ ମାର୍ଜିନରେ ଜିତିବୁ: ପାଣ୍ଡିଆନ - PANDIAN IN CHOUDWAR

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.