କେରଳ ଭୂସ୍ଖଳନରେ କଟକ ଚୌଦ୍ୱାର ଡକ୍ଟର ନିଖୋଜ, ଚିନ୍ତାରେ ପରିବାର - Doctor Missing In Kerala Landslide

By ETV Bharat Odisha Team

Published : Jul 30, 2024, 10:47 PM IST

thumbnail
Doctor Missing In Kerala Landslide (ETV Bharat Odisha)

Doctor Missing In Kerala Landslide: କଟକ: କଟକ ଚୌଦ୍ୱାର ହାଉସିଂ ବୋର୍ଡର ବାସିନ୍ଦା ଡାକ୍ତର ବିଷ୍ନୁ ପ୍ରସାଦ ଚିନରା କେରଳ ଭୂସ୍ଖଳନରେ ନିଖୋଜ ହୋଇଥିବା ନେଇ ତାଙ୍କ ବାପା ଅମର ପ୍ରସାଦ ଚିନାରା ସୂଚନା ଦେଇଛନ୍ତି । ଗତ ୨୬ ତାରିଖରେ ତାଙ୍କ ପୁଅ ବିଷ୍ଣୁ ପ୍ରସାଦ ଓ ବୋହୁ ପ୍ରିୟଦର୍ଶନୀ ପାଲ ଯେ କି ଡ୍ରିମ୍ସ ନର୍ସିଂ କଲେଜର ଅଧ୍ୟାପିକା ଭାବେ କାର୍ଯ୍ୟରତ ଓ ଅନ୍ୟ ଦୁଇ ବନ୍ଧୁ ଡ. ସ୍ଵାଧୀନ ପଣ୍ଡା ଓ ସ୍ଵିକୃତି ମହାପାତ୍ର ୱେନାର୍ଡ ଲିନରା ଭିଲାରେ ଥିବା ସମୟରେ ଗତକାଲି ପ୍ରାୟ ରାତ୍ରି ୨ଟା ସମୟରେ ଭୂସ୍ଖଳନ ହୋଇଥିଲା । ଏଥିରେ ବିଷ୍ଣୁ ପ୍ରସାଦ ନିଖୋଜ ଥିବା ବେଳେ ପ୍ରିୟଦର୍ଶିନୀ ଉଦ୍ଧାର ହୋଇଥିବା ଜଣାପଡିଛି । ପୁଅର କୌଣସି ଖବର ମିଳୁନଥିବା ବେଳେ ଆଜି ସକାଳ ୬ଟାରେ ବୋହୂ ସହ ପରିବାର ଲୋକେ କଥା ହୋଇଥିଲେ । ସେ ଭଲ ଅଛନ୍ତି ଓ ମେଡିକାଲରେ ଅଛନ୍ତି ବୋଲି କହିଥିଲେ । ଏହା ସହିତ ଡ. ସ୍ଵାଧୀନ ପଣ୍ଡାଙ୍କ କୌଣସି ପତ୍ତା ମିଳୁ ନ ଥିବାବେଳେ ତାଙ୍କ ସ୍ତ୍ରୀ ସ୍ୱୀକୃତି ମହାପାତ୍ର ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି ବୋଲି ଜଣାପଡିଛି । ସରକାର ତାଙ୍କ ପୁଅକୁ ଉଦ୍ଧାର କରିବାରେ ସାହାଯ୍ୟ କରନ୍ତୁ ବୋଲି ପରିବାର ଲୋକେ ନିବେଦନ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ..ବର୍ଷାରେ ବେହାଲ କେରଳ; ୱାୟନାଡ ସିରିଜ ଭୂସ୍ଖଳନରେ 100 ଟପିଲା ମୃତ୍ୟୁ ସଂଖ୍ୟା, 400 ପରିବାର ବେଘର - Massive Landslides hit Wayanad

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.