ଦର୍ଶନ କରନ୍ତୁ ପତିତପାବନଙ୍କ ଦିବ୍ୟ ମଙ୍ଗଳ ଆଳତି, ଶୁଭମୟ ହେବ ଦିନ - Lord Jagannath Mangala Alati

By ETV Bharat Odisha Team

Published : Jul 19, 2024, 9:08 AM IST

thumbnail
Lord Jagannath Mangala Alati (ETV Bharat Odisha)

Lord Jagannath Mangala Alati  ପୁରୀ: ସରିଲା ମହାପ୍ରଭୁଙ୍କ ବଡଦାଣ୍ଡରେ ଲୀଳାଖେଳା । ଆଜି ନୀଳାଦ୍ରି ବିଜେ । ମାଆ ଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବେ ମହାପ୍ରଭୁ । ପୁଣି ପୁରିଉଠିବ ରତ୍ନବେଦୀ । ସ୍ନାନଯାତ୍ରାରୁ ଛାଡ଼ିଥିବା ରତ୍ନ ସିଂହାସନରେ ଆଜି ପୁନଃ ଅବସ୍ଥାପିତ ହେବେ ମହାପ୍ରଭୁ ଜଗନ୍ନାଥ, ବଡ ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରା । ଆଜି ଅପରାହ୍ନ 4ଟାରୁ ଆରମ୍ଭ ହେବ ପହଣ୍ଡି ବିଜେ । ଗୋଟି ପହଣ୍ଡିରେ ପ୍ରଥମେ ଚକ୍ରରାଜ ସୁଦର୍ଶନ ପରେ ବଡ ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ଜଗନ୍ନାଥ ଶ୍ରୀମନ୍ଦିରକୁ ପ୍ରବେଶ କରିବେ । ତିନି ଠାକୁର ପୁଣି ରତ୍ନସିଂହାସନରେ ଅବସ୍ଥାନ କରିବେ । ଆସନ୍ତାକାଲିଠୁ ପୁଣି ଶ୍ରୀମନ୍ଦିରରେ ଭକ୍ତଙ୍କ ଗହଳି ଚହଳି ଆରମ୍ଭ ହୋଇଯିବ । ଏହାପରେ ନୀଳାଚଳ ଅବଢା ପାଇବେ ଭକ୍ତ । ଅନ୍ୟପଟେ ପ୍ରତିଦିନ ଭଳି ଆଜି ମଧ୍ୟ ଶ୍ରୀମନ୍ଦିରରେ ପତିତପାବନଙ୍କ ମଙ୍ଗଳ ଆଳତି ସମ୍ପନ୍ନ ହୋଇଛି । ଭୋର ସମୟରେ ସେବାୟତଙ୍କ ଦ୍ୱାରା ଦ୍ୱାରଫିଟା ନୀତି ପରେ ମଙ୍ଗଳ ଆଳତି ନୀତି କରାଯାଇଛି  । ଘଣ୍ଟ ଘଣ୍ଟାରେ ଶବ୍ଦରେ ପ୍ରକମ୍ପିତ ହୋଇଛି ଶ୍ରୀମନ୍ଦିର ପରିସର । କୁହାଯାଏ ପତିତପାବନଙ୍କ ଏହି ଦିବ୍ୟ ମଙ୍ଗଳ ଆଳତି ଦର୍ଶନ କଲେ କୋଟି ପୂର୍ଣ୍ଣ ମିଳିଥାଏ  ।

ଇଟିଭି ଭାରତ, ପୁରୀ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.