ଜଙ୍ଗଲ ମଝିରେ ଚାଲିଥିଲା ଜୁଆ ଆଡ୍ଡା, ୬ ଜଣ ଗିରଫ - POLICE RAID GAMBLING DEN
🎬 Watch Now: Feature Video

Published : Nov 30, 2024, 7:31 PM IST
ନିଆଳି: କଟକ ଜିଲ୍ଲା ନିଆଳି ପୋଲିସକୁ ସଫଳତା । ବେଆଇନ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ନଗଦ ଟଙ୍କା, ୫ଟି ବାଇକ ସହିତ ୬ ଜଣଙ୍କୁ ଗିରଫ କରିଛି ପୋଲିସ । ନିଆଳି ଥାନା ପକ୍ଷରୁ ପ୍ରେସ ରିଲିଜ କରି ଦିଆଯାଇଥିବା ସୂଚନା ଅନୁସାରେ, ଏସଆଇ ପ୍ରସାନ୍ତ କୁମାର ବେହେରା ପୋଲିସ ଫୋର୍ସ ସହ ପାଟ୍ରୋଲିଂ କରୁଥିବା ବେଳେ ନିଆଳି ଦେବୀପାଟଣା ବିନିଶପୁର ଅଞ୍ଚଳ ଏକ ଜଙ୍ଗଲରେ କିଛି ଲୋକ ଜୁଆ ଖେଳୁଥିବାର ଖବର ପାଇଥିଲେ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ୧୨ରୁ ୧୪ ଜଣ ଲୋକ ଜଙ୍ଗଲ ଭିତରେ ବସି ଜୁଆ ଖେଳୁଥିବାର ପୋଲିସ ଦେଖିବାକୁ ପାଇଥିଲା । ପୋଲିସକୁ ଦେଖି ସମସ୍ତେ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ଧରିଥିଲା ପୋଲିସ । ସେମାନଙ୍କ ଠାରୁ ୫ଟି ମୋଟର ସାଇକେଲ, ନଗଦ ୫୭ ହଜାର ୧୦୦ ଟଙ୍କା ଓ ଜୁଆ ପାଇଁ ବ୍ୟବହୃତ ସାମଗ୍ରୀକୁ ଜବତ କରିଛି ।
ତେବେ ଗିରଫ ୬ ଜଣ ହେଉଛନ୍ତି ପୁରୀ ଜିଲ୍ଲା ଉତ୍ତରାଶାସନ ଅଞ୍ଚଳର ରାଜ କିଶୋର ବାରିକ (୫୫), ନିଆଳି ଥାନା ବିନିଶପୁର ଅଞ୍ଚଳର ରଞ୍ଜନ ଭୋଇ (୨୯) , ଦୁର୍ଗା ଚରଣ ପାଲ (୩୯), ଜୟନ୍ତ ଭୋଇ (୩୫), କୁଞ୍ଜିଆପାଟଣାର ଟୁଲୁ ବେହେରା (୩୨) ଓ ପୁରୀ ଜିଲ୍ଲା ନରସିଂହପୁର ଅଞ୍ଚଳର ରାଜେଶ ମଲଲ (୨୭) । ନିଆଳି ପୋଲିସ କେସ ନମ୍ବର ୩୫୩ DT-୨୯.୧୧.୨୦୨୪ U/s ୩ OPG ଆକ୍ଟ ରୁଜୁ କରିବା ସହିତ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।
ଏହା ମଧ୍ୟ ପଢ଼ନ୍ତୁ...ମହିଳା ମାଓବାଦୀ ଗିରଫ, ଏସବୁ ମାଓ ହିଂସାରେ ଥିଲେ ସାମିଲ ଏହା ମଧ୍ୟ ପଢ଼ନ୍ତୁ...ଭିଜିଲାନ୍ସ ଜାଲରେ ମାଇନିଂ ଅଫିସର ପଦ୍ମନାଭ ହୋତା, ଜବତ ହେଲା ଏତିକି ସମ୍ପତ୍ତି |
ଇଟିଭି ଭାରତ, ନିଆଳି