ଦିଲ୍ଲୀ ଗସ୍ତରେ ସାଂସଦ ନବଚରଣ ମାଝୀ, ମୋଦି କ୍ୟାବିନେଟରେ ସ୍ଥାନ ପାଇବା ନେଇ ଚର୍ଚ୍ଚା - Mayurbhanj MP Naba Charan Majhi

By ETV Bharat Odisha Team

Published : Jun 6, 2024, 6:00 PM IST

thumbnail
Mayurbhanj MP Naba Charan Majhi (ETV Bharat Odisha)

Mayurbhanj MP Naba Charan Majhi: ରାଇରଙ୍ଗପୁର: ଦିଲ୍ଲୀ ଅଭିମୁଖେ ବାହାରିଲେ ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ । ମୟୂରଭଞ୍ଜ ଜିଲ୍ଲାରେ ବିଜେପିର ଐତିହାସିକ ବିଜୟ ପରେ ଏବେ ଦିଲ୍ଲୀରୁ ଡାକରା ହୋଇଛି । ନବନିର୍ବାଚିତ ସମସ୍ତ ସାଂସଦ ମାନଙ୍କୁ ବିଜେପି ପକ୍ଷରୁ ସର୍ବଦଳୀୟ ବୈଠକରେ ଡକାଯାଇଛି । ଆସନ୍ତାକାଲି ବିଜେପିର ସର୍ବଦଳୀୟ ବୈଠକ ବସିବ । ଏଥିପାଇଁ ମୟୂରଭଞ୍ଜ ସାଂସଦ ନବଚରଣ ମାଝୀଙ୍କୁ ସର୍ବଦଳୀୟ ବୈଠକରେ ଯୋଗ ଦେବାକୁ କୁହାଯାଇଛି । ଯାହା ସୂଚନା ରହିଛି ଚଳିତ 9 ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରିବେ । ଏନେଇ ଦଳର ସମସ୍ତ ନବନିର୍ବାଚିତ ସାଂସଦଙ୍କ ସହିତ ଆଲୋଚନା କରିପାରନ୍ତି ମୋଦି ।  

ଏହା ମଧ୍ୟ ପଢନ୍ତୁ .... ମୟୂରଭଞ୍ଜରେ ବିଜେପିର ବିଜୟ ଉତ୍ସବ ପାଳନ, ସହର ପରିକ୍ରମା କଲେ ବିଜୟୀ ପ୍ରାର୍ଥୀ - Bjp Winning Leaders Celebrate In Mayurbhanj

ଆଜି ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ ଓ ବିଜେପି ରାଜ୍ୟ ପ୍ରଭାରୀ ନବୀନ ରାମ ରାଇରଙ୍ଗପୁରରୁ ଭୁବନେଶ୍ବର ଅଭିମୁଖେ ବାହାରି ଯାଇଛନ୍ତି । ସେଠାରୁ ଉଭୟ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ । ତେବେ ଏ ସମ୍ପର୍କରେ ସାଂସଦ ନବଚରଣ ମାଝୀଙ୍କୁ କେନ୍ଦ୍ରମନ୍ତ୍ରୀ ପଦ ମିଳିବା ନେଇ ପଚାରିବାରୁ ଦିଲ୍ଲୀରେ ନରେନ୍ଦ୍ର ମୋଦିଙ୍କ ସହ ଶୀର୍ଷ ନେତା ସେ ବିଷୟରେ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ସାଂସଦ ନବଚରଣ ମାଝୀ । ତେବେ ମନ୍ତ୍ରୀ ପଦ ମିଳୁ ଅଥବା ନ ମିଳୁ କିନ୍ତୁ ଜନସାଧାରଣଙ୍କ ସେବା ନିମନ୍ତେ ସଦାସର୍ବଦା ଚେଷ୍ଟିତ ରହିବେ ବୋଲି କହିଛନ୍ତି । ମନ୍ତ୍ରୀ ପଦ ପାଇଲେ ମୟୂରଭଞ୍ଜର ଜନସାଧାରଣଙ୍କ ସହ ଅଧିକ ସମୟ ବିତେଇ ପାରିବେ ନାହିଁ କିନ୍ତୁ ସାଂସଦ ଭାବରେ ସେ ଅଧିକାଂଶ ସମୟ ନିଜ ଅଞ୍ଚଳରେ ରହି ଜନସାଧାରଣଙ୍କ ପାଇଁ ସ୍ବର ଉତ୍ତୋଳନ କରିବା ସହ ସଦାସର୍ବଦା ତାଙ୍କ ପାଇଁ ସମୟ ଦେଇ ପାରିବେ ବୋଲି କହିଛନ୍ତି ସାଂସଦ ନବଚରଣ ମାଝୀ । 

ଯେହେତୁ ନବଚରଣ ମାଝୀ ରାଇରଙ୍ଗପୁରର ବାସିନ୍ଦା ସହ ଜଣେ ଆଦିବାସୀ ଟାଣୁଆ ନେତା ଓ ତା ସହିତ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ରାଇରଙ୍ଗପୁର ମାଟିର ଝିଅ, ସେନେଇ ନବଚରଣ ମାଝୀଙ୍କୁ ମନ୍ତ୍ରୀ ପଦ ମିଳିପାରେ ବୋଲି ଅଧିକ ଆଶା ରହିଛି । ମୟୂରଭଞ୍ଜ ଲୋକସଭା ଆସନରେ ନବଚରଣ ମାଝୀ ରେକର୍ଡ ସଂଖ୍ୟକ ଭୋଟରେ ଆଗୁଆ ରହି ବିଜୟୀ ହୋଇଛନ୍ତି । ସେ ନିକଟତମ ପ୍ରତିଦ୍ବନ୍ଦୀ ବିଜେଡ଼ିର ହେଭିୱେଟ ନେତା ସୁଦାମ ମାରାଣ୍ଡିଙ୍କ ଠାରୁ ୨ଲକ୍ଷ ୧୯ ହଜାର ୩୩୪ ଭୋଟରେ ଆଗୁଆ ରହି ବିଜୟ ହେବା ସହିତ ମୟୂରଭଞ୍ଜ ଜିଲ୍ଲାରେ ଇତିହାସ ସୃଷ୍ଟି କରିଛନ୍ତି । 

ଇଟିଭି ଭାରତ, ମୟୂରଭଞ୍ଜ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.