ଭିଜିଲାନ୍ସ ଜାଲରେ ଖଣ୍ଡପଡା ତହସିଲଦାର; ନେଉଥିଲେ ଲାଞ୍ଚ, ଘରେ ପହଞ୍ଚିଲା ଭିଜିଲାନ୍ସ ଟିମ୍ - Vigilance Raid

By ETV Bharat Odisha Team

Published : Jul 3, 2024, 11:08 AM IST

thumbnail
ଭିଜିଲାନ୍ସ ଜାଲରେ ଖଣ୍ଡପଡା ତହସିଲଦାର, ସହଯୋଗୀ ମାଧ୍ୟମରେ ନେଉଥିଲେ ଲାଞ୍ଚ (ETV Bharat Odisha)

ନୟାଗଡ: ଭିଜିଲାନ୍ସ ସ୍କାନରରେ ନୟାଗଡ଼ ଖଣ୍ଡପଡ଼ା ତହସିଲଦାର ଧୋବେଇ ନାୟକ । ବାଲି ଗାଡ଼ି ଛଡାଇବା ପାଇଁ ୨୦ହଜାର ଟଙ୍କା ଲାଞ୍ଚ ନେବା ବେଳେ ଦଲାଲ ମୋହରି ପ୍ରସନ୍ନ କୁମାର ସାହୁଙ୍କୁ ଧରିଲା ପୋଲିସ । ଦଲାଲ ମାଧ୍ୟମରେ ତଦସିଲଦାର ଟଙ୍କା କାରବାର କରୁଥିବା ଜାଣିବା ପରେ ତହସିଲଦାର ଧୋବେଇଙ୍କୁ ଧରିଲା ଭିଜିଲାନ୍ସ ଟିମ । ସୂଚନା ଅନୁସାରେ, କୌଣସି କାରଣରୁ ଜିଲ୍ଲାର ଚନ୍ଦନ ଜେନାଙ୍କ ବାଲି ବୋଝେଇ ଗାଡିକୁ ଖଣ୍ଡପଡା ତହସିଲଦାର ଧୋବେଇ ନାୟକ ଅଟକ ରଖିଥିଲେ । ପରେ ଗାଡ଼ି ଛାଡିବା ପାଇଁ ତହସିଲଦାର ଗାଡ଼ି ମାଲିକଙ୍କୁ ୨୦ ହଜାର ଟଙ୍କା ମାଗିଥିଲେ । ଯାହା ପରେ ମଙ୍ଗଳବାର ରାତିରେ ଦଲାଲ ପ୍ରସନ୍ନ ସାହୁଙ୍କ ମାଧ୍ୟମରେ ଗାଡି ମାଲିକଙ୍କ ଟାରୁ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଟିମ ପ୍ରସନ୍ନଙ୍କୁ ଧରିଥିଲା । ପ୍ରସନ୍ନଙ୍କୁ ପଚରାଉଚରା ପରେ ସେ ତହସିଲଦାରଙ୍କ ପାଇଁ ଟଙ୍କା ନେଉଥିବା ସ୍ୱୀକାର କରିଥିଲା । ଯାହା ପରେ ଭିଜିଲାନ୍ସ ତହସିଲଦାର ଧୋବେଇ ନାୟକଙ୍କ ଖଣ୍ଡପଡ଼ା, ଭାପୁର, ଏବଂ ଭୁବନେଶ୍ବର କଳିଙ୍ଗ ବିହାର ବାସଭବନରେ ଚଢାଉ କରିଛି । ଏନେଇ ତାଙ୍କ ନାଁରେ ପୀସି ଆକ୍ଟରେ କେସ କରି ତଦନ୍ତ ଚଳାଇଛି।ଏପରିକି ରେଡ ସମୟରେ ଅଡିଓ ଭିଡିଓ ଗ୍ରାଫି ସହ ନୂଆ ଆଇନ ଅନୁସାରେ ଡିଜିଟାଲ ଏଭିଡେନ୍ସ ପ୍ରକ୍ରିୟାରେ ତଦନ୍ତ କରୁଛନ୍ତି ଭିଜିଲାନ୍ସ ଅଧିକାରୀ । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.