thumbnail

By ETV Bharat Odisha Team

Published : Jun 28, 2024, 5:12 PM IST

ETV Bharat / Videos

ଆଜିଠୁ ଜାତୀୟ ଟାଇକୋଣ୍ଡୋ ଚମ୍ପିଆନସିପ୍‌, କଟକରେ 22 ରାଜ୍ୟର 700 ପ୍ରତିଯୋଗୀ - Taekwondo Championship in Cuttack

କଟକ: କଟକରେ ଆରମ୍ଭ ହେଲା ମେଗା କ୍ରୀଡା ପ୍ରତିଯୋଗିତା । ଓଡ଼ିଶା ଟାଇକୋଣ୍ଡୋ ଆସୋସିଏସନ ପକ୍ଷରୁ ସ୍ଥାନୀୟ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମଠାରେ ଆଜିଠୁ ଆରମ୍ଭ ହୋଇଛି ଜାତୀୟ ସିନିୟର ଏବଂ ଜୁନିୟର ଟାଇକୋଣ୍ଡୋ ପ୍ରତିଯୋଗିତା । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଜାତୀୟସ୍ତରରେ ସିନିୟରରେ ଓଡ଼ିଶା ଦ୍ଵିତୀୟ ଏବଂ ଜୁନିୟରରେ ତୃତୀୟ ସ୍ଥାନରେ ରହିଛି । 22ଟି ରାଜ୍ୟରୁ 700 ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ ।

ଆଜିଠାରୁ ଏହି ପ୍ରତିଯୋଗିତା ଆରମ୍ଭ ହେବାକୁ ଥିବାବେଳେ ଆସନ୍ତାକାଲି (29 ତାରିଖ) ସାଂସଦ ଭର୍ତ୍ତୃହରି ମହତାବ ଏବଂ ବିଭୁପ୍ରସାଦ ତରାଇ ଏହି ମେଗା ଟାଇକୋଣ୍ଡୋ ପ୍ରତିଯୋଗିତାକୁ ବିଧିବଦ୍ଧ ଉଦ୍ଘାଟନ କରିବେ । 30 ତାରିଖ ଦିନ ପ୍ରତିଯୋଗିତାର ଉଦଯାପନୀ ଦିବସରେ ବିଜେତାମାନଙ୍କୁ ପଦକ ପ୍ରଦାନ କରାଯିବ । ଏନେଇ ଓଡିଶା ଟାଇକୋଣ୍ଡୋ ଆସୋସିଏସନ ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସଂଘର ସଭାପତି ଚିନ୍ମୟ କୁମାର ସାହୁ, ସମ୍ପାଦକ ଚିନ୍ମୟ ବେହେରା ଓ ସୁଦୀପ୍ତା ନନ୍ଦ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି । ଏହା 3 ଦିନ ଧରି 28, 29 ଓ 30 ତାରିଖ ପର୍ଯ୍ୟନ୍ତ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଖେଳାଯିବ । କିଛିଦିନ ପୂର୍ବରୁ ଜାତୀୟ ସବ୍‌ଜୁନିୟର ପ୍ରତିଯୋଗିତା ଆୟୋଜନ କରିଥିଲା ରାଜ୍ୟ ସଂଘ । ଯାହାଦ୍ବାରା ଅନେକ ଭଲ ଖେଳାଳି ମଧ୍ୟ ଚୟନ ହୋଇଥିଲେ । ତେବେ ଏହି ଆୟୋଜନ ଓଡ଼ିଶାର ଅନେକ ତୃଣମୂଳସ୍ତରୀୟ ଖେଳାଳିମାନଙ୍କୁ ଆଗକୁ ଆଣିବ ବୋଲି ଆଶା ରଖିଛି ରାଜ୍ୟ ସଂଘ ।

ଏହା ମଧ୍ୟ ପଢ଼ନ୍ତୁ...କଟକରେ ଆରମ୍ଭ ହେଲା ଜାତୀୟ ଫେନ୍ସିଂ ପ୍ରତିଯୋଗିତା - Fencing championship

ଇଟିଭି ଭାରତ, କଟକ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.