thumbnail

ନିର୍ବାଚନୀ ପ୍ରସ୍ତୁତି, ନବରଙ୍ଗପୁରରେ ଫ୍ଲାଗ ମାର୍ଚ୍ଚ କଲା ପୋଲିସ - Flag march in Nabarangpur

By ETV Bharat Odisha Team

Published : Mar 25, 2024, 3:01 PM IST

Nabarangpur police And crpf conducted flag march: ନବରଙ୍ଗପୁର: ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲା ପୋଲିସ ଓ ସିଆରପିଏଫ ପକ୍ଷରୁ ମିଳିତ ଫ୍ଲାଗ ମାର୍ଚ୍ଚ କରାଯାଇଛି । ନବରଙ୍ଗପୁର ଜିଲ୍ଲାରେ ମେ ୧୩ ତାରିଖରେ ନିର୍ବାଚନ ହେବାକୁ ଥିବାବେଳେ ଅବାଧ, ନିରପେକ୍ଷ ଓ ଶାନ୍ତି ଶୃଙ୍ଖଳାର ନିର୍ବାଚନ କରିବା ପାଇଁ  ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଛି । ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲପାଳ କମଳ ଲୋଚନ ମିଶ୍ର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମା ଓ ସିଆରପିଏଫ ବାଟାଲିୟନର କମାଣ୍ଡାଣ୍ଟ ଏନକେକେ ପ୍ରସାଦଙ୍କ ସହ ପୋଲିସ, ସିଆରପିଏଫ୍, ପ୍ରଶାସନର ବରିଷ୍ଠ ଅଧିକାରୀ ମାନେ ଏହି ଫ୍ଲାଗ ମାର୍ଚ୍ଚରେ ସାମିଲ ହୋଇଥିଲେ । 

ଏହାମଧ୍ୟ ପଢନ୍ତୁ.. ନିର୍ବାଚନ ପାଇଁ ପ୍ରସ୍ତୁତ ପ୍ରଶାସନ, ବରଗଡରେ ପୋଲିସର ଫ୍ଲାଗ ମାର୍ଚ୍ଚ - Odisha Assembly Election

ସିଆପିଏଫ ଓ ପୋଲିସ ଫୋର୍ସ ନବରଙ୍ଗପୁର ସହରର ମଙ୍ଗଳମ ଟିମ୍ବାର୍ସ ଛକ ଠାରୁ ମାଝୀ ଗୁଡ଼ା ଛକ ପର୍ଯ୍ୟନ୍ତ ଫ୍ଲାଗ ମାର୍ଚ୍ଚ କରିଥିଲେ । ନବରଙ୍ଗପୁର ଜିଲ୍ଲାରେ ମେ ୧୩ ତାରିଖରେ ନିର୍ବାଚନ ହେବାକୁ ଥିବାବେଳେ ଅବାଧ, ନିରପେକ୍ଷ ଓ ଶାନ୍ତି ଶୃଙ୍ଖଳାର ନିର୍ବାଚନ କରିବା ପାଇଁ  ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଛତିଶଗଡ ସହ ରହିଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯାଇଥିବା ଆରକ୍ଷୀ ଅଧିକ୍ଷକ କହିଛନ୍ତି । 

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.