ମା' ମାଣିକେଶ୍ୱରୀଙ୍କ ପାଖରେ ଲାଗି ହେଲା ନବାନ୍ନ - Maa Manikeswari Nabanna Ceremony

By ETV Bharat Odisha Team

Published : Sep 13, 2024, 5:32 PM IST

thumbnail
ମା' ମାଣିକେଶ୍ୱରୀ (ETV Bharat Odisha)

ଭବାନୀପାଟଣା: ନୂଆଖାଇ କଳାହାଣ୍ଡି ଜିଲ୍ଲାର ଭିନ୍ନ ଏକ ପରମ୍ପରା । ସବୁଠି ସପ୍ତମୀ ତିଥିରେ ନୂଆଖାଇ ପାଳନ ହେଉଥିବା ବେଳେ କଳାହାଣ୍ଡିରେ ପ୍ରତିପଦ ଠାରୁ ଆରମ୍ଭ କରି ଦାଶହରା ଦଶମୀ ପର୍ଯ୍ୟନ୍ତ ଚାଲିଥାଏ ନୂଆଖାଇ । ତେବେ ଆଜି ସମଗ୍ର ଗଡ଼ଜାତ ଅଞ୍ଚଳରେ ପାଳିତ ହେଉଛି ନୂଆଖାଇ । ଭାଦ୍ରବ ଶୁକ୍ଳପକ୍ଷ ଦଶମୀ ତିଥିରେ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ୱରୀଙ୍କ ନିକଟରେ ସକାଳ ୮.୪୦ ମିନିଟରେ ନବାନ୍ନ  ଲାଗି ହୋଇଛି । ଦିନ ୯ ଘଟିକା ଠାରୁ ମା'ଙ୍କ ମନ୍ଦିର ଦ୍ଵାରା ଖୋଲା ହେବା ପରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ମା' ମାଣିକେଶ୍ୱରୀଙ୍କ ଠାରେ ଲାଗି ହୋଇଥିବା ନୂଆ ଚୂଡା, ଧାନ, ଗୁଡକୁ ନେଇ ଘରେ ନିଜ ଇଷ୍ଟଦେବତାଙ୍କୁ ପୂଜାର୍ଚ୍ଚନା ପରେ ସକାଳ ୧୦ ଘଣ୍ଟା ୩ ମିନିଟରୁ ୧୨ ଘଣ୍ଟା ୩୬ ମିନିଟ ମଧ୍ୟରେ ନୂଆ ଖାଇବେ ଗଡ଼ଜାତ ଅଞ୍ଚଳବାସୀ । ନୂଆଖାଇ ପାଇଁ ଉତ୍ସବ ମୁଖର ହୋଇଛି ଗଡ଼ଜାତ ଅଞ୍ଚଳ । ଘରେ ଘରେ ପିଠାପଣାରେ ମହକି ଉଠୁଛି ।

ତେବେ ଏନେଇ ଭବାନୀପାଟଣା ବାସିନ୍ଦା ଅମ୍ବିକା ସାହୁ କହିଛନ୍ତି, "ନୂଆଖାଇ ହେଉଛି ଆମର ମୁଖ୍ୟ ପର୍ବ । ସମଗ୍ର ପଶ୍ଚିମ ଓଡ଼ିଶାରେ ପଞ୍ଚମୀ ତିଥିରେ ନୂଆଖାଇ ପାଳନ ହେଉଥିବା ବେଳେ ଗଡ଼ଜାତ ଅଞ୍ଚଳରେ ଦଶମୀ ତିଥିରେ ନୂଆଖାଇ ପାଳନ ହେଉଛି । ଯାହାକୁ ନେଇ ଆମେ ବେଶ୍ ଉତ୍ସାହିତ । କାରଣ ଆଜି ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ୱରୀଙ୍କ ନୁଆ ଖାଇଛନ୍ତି " ସେହିପରି ଭବାନୀପାଟଣା ବାସିନ୍ଦା ମନମୋହନ ପ୍ରଧାନ କହିଛନ୍ତି,"ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ୱରୀଙ୍କ ନବାନ୍ନ ପାଇଁ ପରମ୍ପରା ଅନୁଯାୟୀ ନାକଝରି ଝରି ଗାଁର ଏକ ଗଣ୍ଡ ସମ୍ପ୍ରଦାୟ ନୂଆ ଧାନ, ନୂଆ ଚୂଡା ଓ ଗୁଡ ଭଳି ଅନେକ ସାମଗ୍ରୀର ଭାର ନେଇ ମା'ଙ୍କ ନିକଟରେ ପହଞ୍ଚିବା ପରେ ନିର୍ଦ୍ଧାରିତ ଲଗ୍ନରେ ମା'ଙ୍କ ନିକଟରେ ନବାନ୍ନ ଲାଗି ହୋଇଥାଏ ।" 
 

ଏହା ମଧ୍ୟ ପଢ଼ନ୍ତୁ...Nuakhai 2024: ପିଠାପଣାରେ ମହକିଲା ପଶ୍ଚିମ ଓଡ଼ିଶା, ସବୁଠି ନୂଆଖାଇ ଧୂମ, ଏକାଠି ନୂଆ ଖାଇଲେ ରାଜ ପରିବାର - nuakhai 2024

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.