ହର୍ଷଉଲ୍ଲାସ ସହ କେନ୍ଦୁଝରରେ ଇଦ୍ ଉଲ ଜୁହା ପାଳିତ - Eid al Adha 2024 Celebration - EID AL ADHA 2024 CELEBRATION
🎬 Watch Now: Feature Video
Published : Jun 17, 2024, 4:47 PM IST
Eid al Adha 2024: କେନ୍ଦୁଝର: ଆଜି ପବିତ୍ର ଇଦ୍ ଉଲ ଜୁହା ପର୍ବ । ଇସଲାମ ଧର୍ମାମ୍ବଲମ୍ବୀ ମାନେ ଏହି ତ୍ୟାଗ ଓ ବଳିଦାନର ପର୍ବକୁ ବେଶ ହର୍ଷ ଉଲ୍ଲାସରେ ପାଳନ କରିଛନ୍ତି । ଏହି କ୍ରମରେ କେନ୍ଦୁଝର ଜିଲ୍ଲାରେ ମୁସଲିମ ଭାଇଭଉଣୀ ମାନେ ପ୍ରାତଃରୁ ଶୁଦ୍ଧପୁତଃ ଭାବରେ ମସଜିଦ, ଇଦଗାହ ପଡିଆରେ ସାମୂହିକ ନମାଜ ପାଠ କରି ଆଲ୍ଲାଙ୍କ ନିକଟରେ ଶାନ୍ତି ମୈତ୍ରୀ ଭାଇଚାରାର ଦୁଆ ବା ପ୍ରାର୍ଥନା କରିଥିଲେ । ଏହାପରେ ପରସ୍ପରକୁ ଆଲିଙ୍ଗନ କରି ଇର୍ଷା ଦ୍ବେଷ ମୁକ୍ତ ସମ୍ପର୍କର ପୁନର୍ବିନ୍ୟାସ କରିଥିଲେ ।
ଏହା ମଧ୍ୟ ପଢନ୍ତୁ... ଇଦ-ଉଲ-ଜୁହାକୁ ନେଇ ସାରା ଦେଶ ଉତ୍ସବମୁଖର, ଜାଣନ୍ତୁ କାହିଁକି ଏହି ପର୍ବକୁ କୁହାଯାଏ ତ୍ୟାଗ ଓ ସମର୍ପଣର ପର୍ବ ? - Eid al Adha 2024
ଏହାପରେ ଘର ମାନଙ୍କରେ କୁର୍ବାନି କାର୍ଯ୍ୟକ୍ରମ କରାଯାଇ ଦୁଃଖୀରଙ୍କି, ଅସହାୟଙ୍କୁ କୁର୍ବାନି ପ୍ରସାଦ ବିତରଣ କରାଯାଇଥିଲା । କେନ୍ଦୁଝର ସହର ଜୁମ୍ମା ମସଜିଦରେ ଇମାମ ଇର୍ସାଦ ଫୈଜି ସାମୂହିକ ନମାଜ ପାଠ କରାଇବା ସହିତ ହଜରତ ଇବ୍ରାହିମ୍ ଅଲେସଲାମଙ୍କ ସମାଜ ପ୍ରତି, ଧର୍ମ ପ୍ରତି, ଆଲ୍ଲାଙ୍କ ପ୍ରତି ତ୍ୟାଗ ବାଣୀର ବିସ୍ତୃତ ବ୍ୟାଖ୍ୟା କରିଥିଲେ । ଏହା ସହ ସହରର ମାଗୁରଗାଡିଆ ସ୍ଥିତ ମସଜିଦ, ଝୁମ୍ପୂରା, ଚମ୍ପୁଆ, ଢେଙ୍କିକୋଟ, ପାଟଣା ଆଦି ମସଜିଦ ଗୁଡିକରେ ଇଦ୍ ଉଲ୍ ଜୁହା ପର୍ବ ପାଳିତ ହୋଇଯାଇଛି ।
ଇଟିଭି ଭାରତ, କେନ୍ଦୁଝର