କେନ୍ଦ୍ରାପଡା ବିଜେପିର ଶକ୍ତି ବୃଦ୍ଧି, ବୈଜୟନ୍ତଙ୍କ ଉପସ୍ଥିତିରେ ଦଳରେ ସାମିଲ ଶତାଧିକ ବିଜେଡି କର୍ମୀ - BJP JOINING PROGRAM - BJP JOINING PROGRAM
🎬 Watch Now: Feature Video
Published : May 7, 2024, 4:28 PM IST
BJP JOINING PROGRAM: କେନ୍ଦ୍ରାପଡା: ଆସନ୍ତା ଜୁନ ୧ ତାରିଖ ହେବାକୁ ଯାଉଛି ଲୋକସଭା ପାଇଁ ସପ୍ତମ ପର୍ଯ୍ୟାୟ ନିର୍ବାଚନ । ଏହି କ୍ରମରେ କେନ୍ଦ୍ରାପଡା ସମେତ ଅନ୍ୟ ରାଜ୍ୟର ୫ଟି ଲୋକସଭା ଆସନ ପାଇଁ ହେବାକୁ ଯାଉଛି ମତଦାନ । ଆଜି କେନ୍ଦ୍ରାପଡାରେ ଆଯୋଜିତ ମିଶ୍ରଣ ପର୍ବ ଫଳରେ ବିଜେପିର ଶକ୍ତି ବୃଦ୍ଧି ହୋଇଛି । ଆଜି(ସୋମବାର) ଦୁହୁରିଆ ସ୍ଥିତ ବିଜେପି ଲୋକସଭା କାର୍ଯ୍ୟାଳୟରେ ବିଜେପି ତରଫରୁ ଆୟୋଜିତ ମିଶ୍ରଣ ପର୍ବରେ କେନ୍ଦ୍ରାପଡା ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଏବଂ କେନ୍ଦ୍ରାପଡା ବିଧାୟିକା ପ୍ରାର୍ଥିନୀ ଗୀତାଞ୍ଜଳି ସେଠୀଙ୍କ ନେତୃତ୍ୱରେ ଶତାଧିକ ବିଜେଡି କର୍ମୀ ଦଳରେ ଯୋଗ ଦେଇଛନ୍ତି ।
ଏହା ମଧ୍ୟ ପଢନ୍ତୁ... ବୈଜୟନ୍ତଙ୍କୁ ଆକ୍ଷେପ ନେଇ ଅତନୁଙ୍କ ଉପରେ ବର୍ଷିଲା କେନ୍ଦ୍ରାପଡା ବିଜେପି - Kendrapada BJP
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ଯୋଗ ଦେଇଥିବା କଥା ନୂଆ କରି ଯୋଗ ଦେଇଥିବା କର୍ମୀମାନେ କହିଛନ୍ତି । ଏତଦ ବ୍ୟତୀତ କେନ୍ଦ୍ରର ଉଜ୍ଜ୍ବଳା, ଜନଧନ, ପିଏମ ଗ୍ରାମ୍ୟ ସଡକ ଯୋଜନା ଭଳି ନାନା ବିଭିନ୍ନ ଲୋକହିତକର ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଦୀର୍ଘ 25 ବର୍ଷ ରାଜ୍ୟରେ ସ୍ଥାୟୀ ସରକାର ରହିଥିବା ସତ୍ତ୍ୱେ ମଧ୍ୟ କେନ୍ଦ୍ରାପଡା ଜିଲ୍ଲାରେ ବିକାଶର ଧାରା ଅପହଞ୍ଚ ହୋଇଥିବା ଅଭିଯୋଗ ଆଣି ଦଳ ଛାଡିଛନ୍ତି ଅନେକ କର୍ମୀ । ଜିଲ୍ଲା ବିଜେପି ସଭାପତି କିଶୋର ପଣ୍ଡା କହିଛନ୍ତି ଯେ, ଜିଲ୍ଲାର ୨ଟି ନିର୍ବାଚନମଣ୍ଡଳୀର ଶତାଧିକ କର୍ମକର୍ତ୍ତା ବିଜେଡିରେ ଯୋଗଦାନ କରିଛନ୍ତି । ଏଥର କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବିଜୟୀ ହେବା ସହ ଦେଶରେ ୪୦୦ରୁ ଊର୍ଦ୍ଧ୍ବ ସିଟ୍ ବିଜେପି ହାତେଇବ ବୋଲି କହିଛନ୍ତି କିଶୋର । ସେହିପରି ରାଜ୍ୟରେ ଡବଲ ଇଞ୍ଜିନ ସରକାର ଗଠନ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି କିଶୋର ।
ଇଟିଭି ଭାରତ, କେନ୍ଦ୍ରାପଡା