ନାରୀ ଶକ୍ତିର ପ୍ରମାଣ ଦେଲେ ମହିଳା ପୋଲିସ କର୍ମଚାରୀ, ଛୁଆକୁ ଧରି କଲେ ଡ୍ୟୁଟି - Female Police Duty As Mother

🎬 Watch Now: Feature Video

thumbnail

By ETV Bharat Odisha Team

Published : Feb 18, 2024, 10:36 PM IST

Female Police With Her Child ଲକ୍ଷ୍ନୌ: ମହିଳାମାନେ ପୁରୁଷଙ୍କ ତୁଳନାରେ ବେଶ ତତ୍ପର ଏବଂ ଦକ୍ଷ । ମହିଳାଙ୍କ ପାଖରେ ପରିବାର ଏବଂ ନିଜର କର୍ମ କ୍ଷେତ୍ରକୁ ସମାନ୍ତରଳ ଭାବେ ସମ୍ପାଦନ କରିବା ସକ୍ଷମ ରହିଛି । ଏଭଳି ଏକ ଉହାଦାରଣ ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ମୌରଦାବାଦ ଜିଲ୍ଲାରେ । ଜିଲ୍ଲାରେ ପୋଲିସ କନଷ୍ଟେବଳ ନିଯୁକ୍ତି ପରୀକ୍ଷା ଚାଲିଥିବାବେଳେ ଜଣେ ମହିଳା ପୋଲିସ କର୍ମଚାରୀ ନିଜର ଶିଶୁକୁ କାନ୍ଧରେ ଧରି ସୁରକ୍ଷା ଦାୟିତ୍ବରେ ନିୟୋଜିତ ରହିଥିଲେ । ସେ ଖାକି ପୋଷାକ ପିନ୍ଧି ଜଣେ ପୋଲିସ ଏବଂ ଜଣେ ମାଆର କର୍ତ୍ତବ୍ୟ ସମ୍ପାଦନ କରୁଥିଲେ । ଏହାକୁ ଦେଖି ସେଠାରେ ଉପସ୍ଥିତ ଥିବା ଲୋକେ ତାଙ୍କୁ ବହୁ ପ୍ରଶଂସା କରିଥିଲେ ।

ଏହା ମଧ୍ୟ ପଢନ୍ତୁ .....ଏଣିକି 30 ମିନିଟ ମଧ୍ୟରେ ମିଳିବ ବିମାନ ଯାତ୍ରୀଙ୍କୁ ବ୍ୟାଗ, BCAS ଜାରି କଲା ନିର୍ଦ୍ଦେଶାନାମା

ସେହି ମହିଳା ପୋଲିସ ଅଧିକାରୀ ଜଣକ କହିଛନ୍ତି, "ମୁଁ ମୋର ଛୁଆକୁ ପାଞ୍ଚ ମାସ ପୂରଣ ହେବା ପରେ ନିଜ ସାଙ୍ଗରେ ଆଣି ଡ୍ୟୁଟି କରୁଛି । ମୋ ସ୍ବାମୀ ମଧ୍ୟ ପୋଲିସ ଚାକିରି କରୁଛନ୍ତି । ଆମ ସହ ମୋ ଭଉଣୀ ମଧ୍ୟ ରହୁଛନ୍ତି । ଆଜି ତାର ପୋଲିସ ପରୀକ୍ଷା ରହିଥିବାରୁ ମୁଁ ଛୁଆକୁ ସାଙ୍ଗରେ ନେଇ ଆସିଛନ୍ତି । ତେବେ ବର୍ତ୍ତମାନ ପୁଅକୁ ଦେଢ ବର୍ଷର ହୋଇଯାଇଛି ତେଣୁ ପୂର୍ବ ତୁଳନାରେ ବର୍ତ୍ତମାନ ପୁଅ ସହିତ ଡ୍ୟୁଟିରେ ଥିବାବେଳେ କମ୍ ଅସୁବିଧା ହେଉଛି ।" ସେହିପରି ସ୍ଥାନୀୟ ଏସପି ମଧ୍ୟ ଉକ୍ତ ମହିଳା କର୍ମଚାରୀଙ୍କୁ ବେଶ ପ୍ରଶଂସା କରିଛନ୍ତି  ।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.