thumbnail

By ETV Bharat Odisha Team

Published : Jun 28, 2024, 9:52 PM IST

ETV Bharat / Videos

ବିରୋଧୀ ଦଳରେ ରହିକି ବି ଲୋକଙ୍କ ପାଇଁ କାମ କରିହେବ: ଆଠମଲ୍ଲିକ ବିଧାୟକ - athamallik assembly constituency

MLA REVIEWED DEVELOPMENT WORKS: ଅନୁଗୋଳ: ବିରୋଧୀ ଦଳରେ ରହିକି ବି ଲୋକଙ୍କ ପାଇଁ କାମ କରିହେବ । ଏହା କହିଛନ୍ତି ଆଠମଲ୍ଲିକ ବିଧାୟକ ନଳିନୀକାନ୍ତ ପ୍ରଧାନ । ନିର୍ବାଚନ ଜିତିବା ପରେ ଏହି ବିଜେଡି ବିଧାୟକ ଏବେ ଜିଲ୍ଲା ପରିଷଦ ଜୋନ ଅନୁଯାୟୀ ଲୋକଙ୍କ ସହ ମିଶିବା ସହ କିଭଳି ଅଞ୍ଚଳରେ ବିକାଶ କରି ହେବ ସେ ନେଇ ଆଲୋଚନା କରିଛନ୍ତି । ନିର୍ବାଚନ ପରେ ପ୍ରଥମଥର ପାଇଁ ଆଠମଲ୍ଲିକ ବିଧାୟକ ନାଲିନିକାନ୍ତ ପ୍ରଧାନ ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନକୁ ଯାଇ ଲୋକଙ୍କ ସହ ଭେଟିବା ସହ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି ।  

ଅନୁଗୋଳ ବ୍ଲକର ପୁରୁଣାଗଡ଼ ଠାରେ ସାତକୋଶିଆ ଅଭୟାରଣ୍ୟ ଅନ୍ତର୍ଗତ ସମସ୍ତ ୯ଟି ଯାକ ପଞ୍ଚାୟତରୁ ଆସିଥିବା ସରପଞ୍ଚ, ସମିତିସଭ୍ୟ, ୱାର୍ଡ ମେମ୍ବରମାନଙ୍କ ସମେତ ସାଧାରଣ ଲୋକଙ୍କ ସହ ମିଶିଥିଲେ । ସେମାନଙ୍କ ସହ ଦୀର୍ଘ ସମୟ ଆଲୋଚନା କରିଥିଲେ । କିଭଳି ସେ ଅଞ୍ଚଳରେ ବିକାଶ ମୂଳକ କାର୍ଯ୍ୟ ହୋଇ ପାରିବ ଏବଂ ଯାହାର ଯାହା ସମସ୍ୟା ରହିଛି, ସେଗୁଡିକର ସମାଧାନ ହୋଇ ପାରିବ । ସେଥିପାଇଁ କାମ କରିବାକୁ ବିଧାୟକ ପ୍ରତିଶ୍ରୁତି ଦେଇଥିଲେ । ତେବେ ଦଳ କ୍ଷମତାରେ ନଥିଲେ ବି ଦଳୀୟ କର୍ମୀ ଓ ଭୋଟରଙ୍କ ସୁଃଖ ଦୁଃଖରେ ସେ ପ୍ରତ୍ୟେକ୍ଷ ଭାବେ ସାମିଲ ହୋଇ କାମ କରିବେ ବୋଲି ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।  

ଏହା ମଧ୍ୟ ପଢନ୍ତୁ...ମନୋଜ ଆହୁଜା ମୁଖ୍ୟ ଶାସନ ସଚିବ: ରଥଯାତ୍ରାଠୁ ବଜେଟ, ସାମ୍ନା କରିବେ ଏସବୁ ଚ୍ୟାଲେଞ୍ଜ - Manoj Ahuja New Chief Secretary
 

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.