ବାଟବଣା କଲା ଗୁଗୁଲ ମ୍ୟାପ, ପାହାଡରୁ ଉଦ୍ଧାର ପରେ ଲୋକଟାଙ୍କୁରା ଅନୁଭୂତି ବଖାଣିଲେ ଛାତ୍ର - students rescued from Saptasajya

By ETV Bharat Odisha Team

Published : Jul 2, 2024, 9:00 AM IST

thumbnail
SAPTASAJYA FOREST (ETV BHARAT ODISHA)

କଟକ: ବାଟବଣା କଲା ଗୁଗୁଲ ମ୍ୟାପ ।  ସପ୍ତଶଯ୍ୟା ପାହାଡ଼ ଉପରୁ ଯାଇ ଆଉ ଫେରିପାରିଲେ ନାହିଁ 5 ଛାତ୍ର । ଉଦ୍ଧାର ହେବା ପରେ ରାତି ସମୟରେ ପାହାଡରେ ଥିବା ଜଙ୍ଗଲ କେତେ ଯେ ଭୟଙ୍କର ତାହା ବଖାଣିଛନ୍ତି ଶୁଭନ ମହାପାତ୍ର । କେମିତି ଥିଲା ଘଞ୍ଚ ଜଙ୍ଗଲରେ ଫସି ଯିବାର ପୁରା କାହାଣୀ ସେ କହିଛନ୍ତି । ''ପାହାଡରେ ଗୋଟିଏ ଭଲ ସ୍ଥାନ ଥିବା ଗୁଗୁଲ ଲୋକେସନରେ ଦେଖାଇଥିଲା । ଏହାପରେ ଆମେ 5 ଜଣ ମିଶି ପାହାଡ ଚଢିବା ଆରମ୍ଭ କରିଥିଲୁ । କିନ୍ତୁ ଫେରିବା ବେଳେ ବାଟ ଭୁଲି ଗଲୁ । କୁହାଯାଏ ଭୁଆଶୁଣିଙ୍କୁ ଖାଇବାକୁ ଦିଆନଗଲେ ବାଟ ଭୁଲିଯାଆନ୍ତି । ରାତ୍ରି ସମୟରେ କିଏ ଗୋଟେ ଧଳା ରଙ୍ଗର ବସ୍ତ୍ର ପିନ୍ଧି ଯାଉଥିବା ଆମେ ଦୁଇ ଥର ଦେଖିବାକୁ ପାଇଥିଲୁ । ପାହାଡରେ ଗୁମ୍ଫା, ସାପ ଦେଖିଲୁ । ବାରମ୍ବାର ପାହାଡ଼ ଚଡ଼ୁ ଥିଲେ ବି ତଳକୁ ଖସି ଯାଉଥିଲୁ । ନେଟୱାର୍କ ବି କାମ କରୁନଥିଲା। ଦୂର ଦୂର ଜାଏ ଚିତ୍କାର କଲେ ବି କେହି ଶୁଣିବାକୁ ନ ଥିଲେ । ସେଠାରୁ ଫେରିବା ମୁସ୍କିଲ୍ ହୋଇପଡିଥିଲା । ଆମେ ଯାହା ଅନୁଭବ କଲୁ ଏତିକି କହିବି କେହିବି ସେଠାକୁ ଯିବା ଅନୁଚିତ ବୋଲି କହିଛନ୍ତି ଉଦ୍ଧାର ଛାତ୍ର ଶୁଭନ ମହାପାତ୍ର ।''

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.