thumbnail

By ETV Bharat Odisha Team

Published : Mar 16, 2024, 8:54 AM IST

ETV Bharat / Videos

ରାଉରକେଲାରେ ଏଟିଏମ ତାଡି 10 ଲକ୍ଷରୁ ଅଧିକ ଟଙ୍କା ଲୁଟ୍

Miscreants loot ATM: ରାଉରକେଲା: ଦିନକୁ ଦିନ ବଢିଚାଲିଛି ଲୁଟ୍, ଡକାୟତି । ରାଉରକେଲାରେ ମାତିଲେଣି ଏଟିଏମ ଲୁଟେରା । ରାତି ଅଧରେ ହିଟାଚୀ ଏଟିଏମ କାଉଣ୍ଟରରେ କଳାକନା ବୁଲାଇଲେ ଲୁଟେରା । ଗତ ଗୁରୁବାର ବିଳମ୍ବିତ ରାତିରେ ସୁନ୍ଦରଗଡ଼ ସଦର ଥାନା ମହୁଲପାଲିରେ ଥିବା ହିଟାଚୀ ଏଟିଏମକୁ ଗ୍ୟାସ କଟରରେ କାଟି ୧୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଲୁଟ୍ ହୋଇଥିବା ଜଣାପଡିଛି । ତେବେ ବିଳମ୍ବିତ ରାତିରେ ହୋଇଥିବା ଏହି ଡକାୟତିରେ ଦୁର୍ବୃତ୍ତମାନେ ହିଟାଚି ଏଟିଏମ୍ ଥିବା କୋଠରୀର ପଛ କାନ୍ଥ ଭାଙ୍ଗି ଭିତରକୁ ପଶିଥିଲେ । ଏହାପରେ କଟରରେ ଏଟିଏମ ମେସିନକୁ ଗ୍ୟାସ କଟରରେ କାଟି ଲକ୍ଷାଧିକ ଟଙ୍କା ଲୁଟ କରିଥିଲେ । ତେବେ ଘଟଣାଟି ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ସ୍ଥାନୀୟ ଲୋକେ ଗତକାଲି ଦିନ ୧୨ଟା ବେଳକୁ ଏଟିଏମକୁ ଟଙ୍କା ଉଠାଇବା ପାଇଁ ଯାଇଥିଲେ । ସେହି ସମୟରେ ଏଟିଏମ ଭଙ୍ଗାରୁଜା ହୋଇଥିବା ଦେଖି ସୁନ୍ଦରଗଡ ଥାନା ପୋଲିସକୁ ଖବର ଦେଇଥିଲେ  । ଏନେଇ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା  । 

ଏହା ମଧ୍ୟ ପଢନ୍ତୁ-ବଲାଙ୍ଗୀରରେ ଆନ୍ତଃରାଜ୍ୟ ଡ଼କାୟତି ଗ୍ୟାଙ୍ଗର ପର୍ଦ୍ଦାଫାସ, 6 ଗିରଫ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.