ମାଟିକାନ୍ଥ ପଡି ଗୋଟିଏ ପରିବାରରୁ ଜଣେ ମୃତ, ୪ ଗୁରୁତର - Mud Wall Collapsed

By ETV Bharat Odisha Team

Published : Aug 25, 2024, 10:14 PM IST

thumbnail
MUD WALL COLLAPSED (ETV Bharat Odisha)

ରାୟଗଡ଼ା: ପ୍ରବଳ ବର୍ଷା ଯୋଗୁଁ ମାଟିକାନ୍ଥ ପଡି ଗୋଟିଏ ପରିବାରର ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି ଏବଂ ୪ ଜଣ ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କୁଲୁମି ଗ୍ରାମରେ ଏହି ଅଘଟଣ ଘଟିଛି । ତେବେ କାନ୍ଥଟି ପୂର୍ବରୁ ବର୍ଷାରେ ଦୁର୍ବଳ ହୋଇଯାଇଥିବାରୁ ଏଭଳି ଘଟିଥିବା ସନ୍ଦେହ କରାଯାଉଛି । ମୃତ ନାବାଳିକା ଜଣକ ହେଲେ କୁଲୁମି ଗ୍ରାମର ବୁର୍ଜା ଓ୍ବାଡକାଙ୍କ ଝିଅ ସାମନ୍ତି ଓ୍ବାଡକା(୧୩) । ଅନ୍ୟପଟେ ପରିବାରର ବୁର୍ଜାଙ୍କ ସମେତ ପତ୍ନୀ ୪ ଓ୍ବାଡକା କୁଡୁଞ୍ଜି(୩୫), ସାନ ଝିଅ ଓ୍ବାଡକା ସଞ୍ଜନା(୫) ଓ ପୁଅ ଓ୍ବାଡକା ସଞ୍ଜୁ(୩) ଆହତ ହୋଇଛନ୍ତି । ପରିବାର ଜଣକୁ ହରାଇଥିବା ବେଳେ କୁଡୁଞ୍ଜି ଗୁରୁତର ଅବସ୍ଥାରେ ରହିଛନ୍ତି । 

ଗତକାଲି (ଶନିବାର) ରାତି ଖାଇସାରିବା ପରେ ସମସ୍ତେ ସୋଇପଡ଼ିଥିଲେ । ଏହି ସମୟରେ କାନ୍ଥଟି ଭୁଶୁଡ଼ି ପଡ଼ିଥିଲା । ଘଟଣା ଗ୍ରାମବାସୀ ଜାଣିବା ପରେ ସମସ୍ତଙ୍କୁ ଉଦ୍ଧାର କରି ଅଟୋ ସାହାଯ୍ୟରେ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡ଼ାକ୍ତର ବଡ ଝିଅ ଓ୍ବାଡକା ସାମନ୍ତିଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ କଲ୍ୟାଣସିଂହପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଛି । ସେପଟେ ଆଜି କଲ୍ୟାଣ ସିଂହପୁର ଘରଭଙ୍ଗା ପୀଡିତ ପରିବାରକୁ ରେଡ଼କ୍ରଶରୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି । ସେହିପରି ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳ ଶ୍ରମତି ପାରୁଲ ପଟାୱରଙ୍କ ନିର୍ଦ୍ଦେଶକ୍ରମେ ଉପଜିଲ୍ଲାପାଳ ରାୟଗଡ, କଲ୍ୟାଣୀ ସଂଘମିତ୍ରା ଦେଵୀ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଲଳିତ ମଣ୍ଡଳ ଓ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଜ୍ୟୋତିର୍ମୟ ପାତ୍ରଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ୩୦ ହଜାର ଟଙ୍କାର ଆର୍ଥିକ ସହାୟତା ଆହତ ବୁର୍ଜୁ ୱାଡ଼ାକାଙ୍କୁ ପ୍ରଦାନ କରିଛନ୍ତି l
 

ଏହା ମଧ୍ୟ ପଢ଼ନ୍ତୁ...ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା, ଲାଗିଲା ଧାରା ୧୬୩ - Youth Killed In Group Attack

ଇଟିଭି ଭାରତ, ରାୟଗଡ଼ା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.