thumbnail

By ETV Bharat Odisha Team

Published : Jun 21, 2024, 8:41 AM IST

ETV Bharat / Videos

ଭଦ୍ରକ ଟ୍ରିପଲ ମର୍ଡର, ହତ୍ୟା ପଛରେ ନାବାଳକ ! - Bhadrak triple murder

Bhadrak triple murder ଭଦ୍ରକ: ଜିଲ୍ଲାରେ ଟ୍ରିପଲ ମର୍ଡର । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ରାଇମଣି ଅଞ୍ଚଳରେ ଦୁଇ ଦିନରେ ୩ମୃତଦେହ ଜବତ ହୋଇଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ୩ ହତ୍ୟାକାଣ୍ଡ ପଛରେ ଜଣେ ନାବାଳକ ଅଭିଯୁକ୍ତ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିବା କହିଛି । ଅନ୍ୟପଟେ ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି  । 

ସୂଚନା ଯୋଗ୍ୟ, ଜଳଙ୍ଗା ଅଞ୍ଚଳର ଜଣେ ବ୍ୟକ୍ତି ନିଜ ପତ୍ନୀ ଏବଂ ୮ ବର୍ଷୀୟ ଝିଅ ସହ ରାଇମଣି ନିକଟରେ ରହି ଦିନ ମଜୁରିଆ ଭାବେ କାମ କରୁଥିଲେ । ତେବେ କୌଣସି କାରଣରୁ ମାଆ ଏବଂ ଝିଅ ମେଡିକାଲ ଯାଇଥିବା ବେଳେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ରାଇମଣି ଛକ ନିକଟରେ ସେମାନଙ୍କ ମୃତଦେହ ମିଳିଥିଲା । ଏଥିସହ ସେହି ସ୍ଥାନରେ ଜଣେ ନାବାଳକକୁ ଦେଖି ତାକୁ ଧରିବା ସହ ଏନେଇ ପୋଲିସକୁ ଖବର ଦେଇଥିଲେ  । 

ଏହାମଧ୍ୟ ପଢନ୍ତୁ...ଭଦ୍ରକରେ ଡବଲ ମର୍ଡର, ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ - double murder in bhadrak

ମୃତା ମହିଳାଙ୍କ ସ୍ୱାମୀଙ୍କ ଅଭିଯୋଗ ଅନୁଯାୟୀ, "ନାବାଳକ ଜଣକ ମହିଳାଙ୍କୁ ଦୁଷ୍କର୍ମ କରି ହତ୍ୟା କରିଥିବା ବେଳେ ଏହା ତାଙ୍କ ଝିଅ ଦେଖିଦେବାରୁ ତାକୁ ପଥରରେ ଛେଚି ହତ୍ୟା କରାଯାଇଛି ।" ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଏହି ସମୟରେ ଗୁରୁବାର ଦିନ ରାଇମଣି ଛକ ନିକଟରେ ଏକ ବୁଦା ମୂଳରୁ ଆଉ ଜଣକ ମୃତଦେହ ଉଦ୍ଧାର ହୋଇଥିଲା । ମୃତଦେହ ଅଭିଯୁକ୍ତ ନାବାଳକ ମୁନା ହାସଁଦାର ଆଈ ସୁମତି ମୁଣ୍ଡାଙ୍କର ବୋଲି ଜଣାପଡିଛି । ତେବେ ଭଦ୍ରକ ସଦର ଏସ୍ଡ଼ିପିଓଙ୍କ ନେତୃତ୍ଵରେ ଗଠିତ ଏକ ସ୍ଵତନ୍ତ୍ର ଟିମ ପକ୍ଷରୁ ଏହି ଟ୍ରିପଲ ମର୍ଡର ଘଟଣାର ତଦନ୍ତ ଜାରି ରହିଛି । 

ଭଦ୍ରକ ସଦର ଏସଡିପିଓ ସୌରଭ ଓତାଙ୍କ କହିଛନ୍ତି ଯେ, ପ୍ରାଥମିକ ତଦନ୍ତରୁ ଜଣାପଡିଛି ଅଭିଯୁକ୍ତ ମୁନା ହାସଁଦା ସୁକାନ୍ତି ମୁଣ୍ଡାଙ୍କ ସହ ସିଏଚସି ଯାଇଥିଲେ । ସେଠାରେ ପୂର୍ବ ଟଙ୍କା ନେଣଦେଣକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ସେହି ସମୟରେ ଏହି ଘଟଣା ଘଟିଛି । ଅନ୍ୟପଟେ ଗୁରୁବାର ଦିନ ଆଉ ଜଣଙ୍କର ମୃତଦେହ ଜବତ ହୋଇଛି । ମୃତକ ଜଣକ ମୁନା ହାଁସଦାର ଆଈ ହୋଇଥିବା ଜଣାପଡିଛି । ସେ ୩ଦିନ ତଳୁ ନିଖୋଜ ଥିଲାବେଳେ ତାଙ୍କ ମୃତଦେହ ଜବତ ହୋଇଛି । ତାଙ୍କୁ ମଧ୍ୟ ମୁନା ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଘଟଣାର ତଦନ୍ତ ଜାରି ରହିଛି ଦୁଷ୍କର୍ମ ନେଇ ଏବେ ସୁଦ୍ଧା ଜଣାପଡିନାହିଁ ।" 
 

 ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.