'ଖୋକା ଭାଇ ତୁମ ପାଇଁ' ଦେଖିଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ, ସିନେମା ଶିଳ୍ପର ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି - KHOKA BHAI TAMA PAIN
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/08-10-2024/640-480-22638036-thumbnail-16x9-od.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Oct 8, 2024, 11:06 PM IST
ଭୁବନେଶ୍ବର: ରିଲିଜ ହୋଇଛି ଓଡ଼ିଆ ଚଳଚ୍ଚିତ୍ର 'ଖୋକା ଭାଇ ତୁମ ପାଇଁ' । ସିନେମା ହଲ ଯାଇ ଫିଲ୍ମ ଦେଖିଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ଏହାସହ ସିନେମା ଶିଳ୍ପର ବିକାଶ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଏହି ଅବସରରେ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି," ଓଡ଼ିଆ ସୁିନେପ୍ରେମୀ ଯାହା ଚାହୁଁଛନ୍ତି ଏହି ଫିଲ୍ମ ତାହା ଦେବାରେ ସମର୍ଥ ହେବ । ଓଡ଼ିଆ ମୌଳିକତା ଫେରାଇ ଆଣିବା ପାଇଁ ଏଭଳି ସିନେମା ଆସିବା ଦରକାର । ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରିର ଉନ୍ନତି ପାଇଁ ସରକାର ପଦକ୍ଷପ ନେଉଛନ୍ତି । ଓଡ଼ିଶା ସିନେମା ଶିଳ୍ପରେ ଥିବା ସମସ୍ୟାର ସମାଧାନ ପାଇଁ ବିଭାଗୀୟ ମନ୍ତ୍ରୀଙ୍କ ସହ ମୁଁ କଥା ହେବି । ସଂସ୍କୃତି ବିଭାଗ ଏହାକୁ ନେଇ ଯାହା କରିବାର ଅଛି ତାହା କରିବ ।"
ଏହା ମଧ୍ୟ ପଢ଼ନ୍ତୁ...ଦଶହରାରେ କର୍ମର ଫଳକୁ ନେଇ ଆସୁଛି ଫିଲ୍ମ, ଟ୍ରେଣ୍ଡରେ 'ଚିରିଂ ଚିରିଂ' ଗୀତ ଏହା ମଧ୍ୟ ପଢ଼ନ୍ତୁ...'ଦମନ'କୁ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ଜାତୀୟ ପୁରସ୍କାର, ମିଥୁନଙ୍କୁ 'ଦାଦା ସାହେବ ଫାଲକେ' ଆୱାର୍ଡ |
ତେବେ ପ୍ରଯୋଜକ ଶୁଭେନ୍ଦୁ ସାହୁଙ୍କ ପ୍ରଯୋଜିତ 'ଖୋକା ଭାଇ ତୁମ ପାଇଁ' ସିନେମାର ନିର୍ଦ୍ଦେଶକ ଭାର ଗିରିଶ ମହାନ୍ତି ସମ୍ଭାଳିଥିବା ବେଳେ ମୁଖ୍ୟ ଭୂମିକାରେ ଅଭିନେତା ସ୍ୱରାଜ ବାରିକ, ଅଭିନେତ୍ରୀ ଲକି ମନିଷା, ଉପାସନା ମାହାନ୍ତି ନଜର ଆସିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର