ପରେଡ ସମୟରେ ଅସୁସ୍ଥ ହେଲେ ଛାତ୍ର, ମହାନତା ଦେଖାଇଲେ ମନ୍ତ୍ରୀ - 78th Independence Day

By ETV Bharat Odisha Team

Published : Aug 15, 2024, 4:15 PM IST

thumbnail
78TH INDEPENDENCE DAY (ETV Bharat Odisha)

ପାରଳାଖେମୁଣ୍ଡି: ଜିଲ୍ଲାସ୍ତରୀୟ ପରେଡରେ ଅସୁସ୍ଥ ହେଲେ ଛାତ୍ର, ମହାନତା ଦେଖାଇଲେ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ୭୮ତମ ସ୍ବାଧୀନତା ଦିବସ ଅବସରରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଷ୍ଟାଡିୟମରେ ଜିଲ୍ଲାସ୍ତରୀୟ ପରେଡ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ରାଜ୍ୟ ବାଣିଜ୍ୟ,ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିବା ସମୟରେ ଜଣେ ସ୍କୁଲ ଛାତ୍ର ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ । ଏହା ଦେଖି ମନ୍ତ୍ରୀ ବିଭୂତି ଜେନା ଗାଡ଼ିରୁ ଓହ୍ଲାଇ ଛାତ୍ର ନିକଟକୁ ଯାଇ ତାର ଭଲମନ୍ଦ ବୁଝିବା ସହ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ପଠାଇଥିଲେ । ତେବେ ମନ୍ତ୍ରୀଙ୍କ ମାନବିକତାକୁ ଦେଖି ଉପସ୍ଥିତ ଲୋକେ ଖୁବ ପ୍ରସଂଶା କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବାବେଳେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।
 

ଏହା ମଧ୍ୟ ପଢନ୍ତୁ.....ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ; 'ଯାହା କହିଛି କରିବି, ବିକାଶର ରେଳଗାଡିରେ ଓଡ଼ିଶା ହେବ ପ୍ରଥମ ବଗି' - 78th independence day 


ଇଟିଭି ଭାରତ,ଗଜପତି 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.