'ରତ୍ନଭଣ୍ଡାର ସ୍ଥିତି ଓ ଅଳଙ୍କାରର ଯାଞ୍ଚ ହେବ, ଏଥିପାଇଁ ଅଧିକ ସମୟ ଲାଗିବ' - Ratna Bhandar issue

By ETV Bharat Odisha Team

Published : Jul 5, 2024, 3:25 PM IST

thumbnail
'ରତ୍ନଭଣ୍ଡାର ସ୍ଥିତି ଓ ଅଳଙ୍କାରର ଯାଞ୍ଚ ହେବ, ଏଥିପାଇଁ ଅଧିକ ସମୟ ଲାଗିବ' (ETV Bharat Odisha)

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲି ରତ୍ନ ଅଳଙ୍କାର ଗଣତି ଓ ମରାମତି କାର୍ଯ୍ୟର ତଦାରଖ ପାଇଁ ରାଜ୍ୟ ସରକାର ଏକ ୧୬ ଜଣିଆ କମିଟି ଗଠନ କରିଛନ୍ତି । ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥ ଏହି କମିଟିର ଅଧ୍ୟକ୍ଷ ଅଛନ୍ତି । ଆସନ୍ତାକାଲି ପୁରୀରେ ଏହି ଉଚ୍ଚସ୍ତରୀୟ କମିଟିର ବୈଠକ ବସିବ । ଏଥିରେ ରତ୍ନଭଣ୍ଡାର ଖୋଲିବା ସମ୍ପର୍କରେ ନିଷ୍ପତ୍ତି ସହ କିଭଳି କାର୍ଯ୍ୟ ହେବ ସେନେଇ ରୂପରେଖ ଚୂଡାନ୍ତ ହେବ । ଏହି କମିଟିର ସଦସ୍ୟ ଥିବା ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ସୌମେନ୍ଦ୍ର ମୁଦୁଲି କହିଛନ୍ତି ଯେ, ଆସନ୍ତାକାଲି ବୈଠକରେ ସବୁ କିଛି ଚୂଡାନ୍ତ ହେବ । ରଥଯାତ୍ରାରେ ମହାପ୍ରଭୁ ଶ୍ରୀମନ୍ଦିରରେ ନ ନଥିବା ବେଳେ ରତ୍ନଭଣ୍ଡାର ଖୋଲାଯିବ । ତେବେ ରତ୍ନ ଅଳଙ୍କାର ଗଣତି ରଥଯାତ୍ରା ଭିତରେ ହୋଇପାରିବ ନାହିଁ । ଏଥିପାଇଁ ଆହୁରି ସମୟ ଲାଗିବ । ଯେହେତୁ ମହାପ୍ରଭୁଙ୍କ ଅନେକ ଦୁର୍ମୂଲ୍ୟ ଅଳଙ୍କାର ରହିଛି ତାହାର ଉପଯୁକ୍ତ ଯାଞ୍ଚ କରାଯିବା ସମୟ ସାପେକ୍ଷ । ସେହିପରି ରତ୍ନ ଭଣ୍ଡାର ମରାମତି କିଭଳି ଶୀଘ୍ର ଶେଷ ହେବ ସେନେଇ ମଧ୍ୟ ପଦକ୍ଷେପ ନିଆଯିବ । ତେବେ କେମିତି ଏହି କାର୍ଯ୍ୟ ହେବ, କ'ଣ ସମସ୍ୟା ଆସିବ, ଏହାର କିପରି ସମାଧାନ କରି ସବୁ କାର୍ଯ୍ୟ ଭଲରେ ହୋଇପାରିବ ସେନେଇ ଆସନ୍ତାକାଲି ବୈଠକରେ ଆଲୋଚନା ହୋଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି କମିଟିର ସଦସ୍ୟ କହିଛନ୍ତି  ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.