ମମତା ମହାନ୍ତଙ୍କ କୁଶ ପୁତ୍ତଳିକା ଦାହକୁ ନେଇ ତାତିଲା କୁଡୁମି ସମାଜ, ବିଜେଡିକୁ ଦେଲା ଏମିତି ଚେତାବନୀ - Kudumi Samaj Supports Mamata

By ETV Bharat Odisha Team

Published : Aug 8, 2024, 4:05 PM IST

thumbnail
Kudumi Samaj Supports Mamata (ETV Bharat Odisha)

ରାଇରଙ୍ଗପୁର: ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବା ସହ ବିଜେଡି ଛାଡି ବିଜେପିରେ ମିଶିଛନ୍ତି ମମତା ମହାନ୍ତ । ଯାହାକୁ ନେଇ ବିଜେଡି ଉପରେ ବର୍ଷିଛି କୁଡୁମି ସମାଜ । ଏଥି ପାଇଁ ନିକଟରେ ମମତା ମହାନ୍ତଙ୍କ କୁଶ ପୁତ୍ତଳିକା ଦାହ କରିଥିଲା ବିଜେଡି । ଆଉ ଏହାକୁ ନେଇ ତାତିଛି କୁଡୁମି ସମାଜ । 

କୁଡୁମୀ ସମାଜର ଚେତାବନୀ:

"ଆଗାମୀ ଦିନରେ କୁଡୁମି ଜାତିର ମହିଳା ମମତା ମହାନ୍ତଙ୍କୁ ଅପମାନିତ କଲା ଭଳି ଅପଶବ୍ଦ ଯଦି ପ୍ରୟୋଗ କରାଯାଏ, ତେବେ କୁଡୁମି ସମାଜ ତରଫରୁ ଦୃଢ଼ ଜବାବ ଦିଆଯିବ" ବୋଲି ଚେତାବନୀ ଦିଆଯାଇଛି । ମମତା ମହାନ୍ତଙ୍କ କୁଶ ପୁତ୍ତଳିକା ଦାହ ଓ ତାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟକୁ ନେଇ ରାଇରଙ୍ଗପୁର ଦେଶକରମ ଭବନଠାରେ ସାମ୍ବାଦିକ ସମ୍ମିଳନୀ ଆୟୋଜନ ହୋଇଯାଇଛି। ପୂର୍ବତନ ରାଜ୍ୟସଭା ସାଂସଦ ମମତା ମହାନ୍ତ ଉଭୟ ସାଂସଦ ପଦ ଏବଂ ଦଳୀୟ ପ୍ରାଥମିକ ସଦସ୍ୟ ପଦ ତ୍ୟାଗ କଲା ପରେ ସର୍ବସାଧାରଣ ସ୍ଥାନରେ ତାଙ୍କର କୁଶ ପୁତ୍ତଳିକା ଦାହ କରାଯାଇଥିଲା । ତାଙ୍କୁ ଅପମାନିତ କରାଯିବା ଘଟଣାକୁ କୁଡୁମି ସମାଜ ତୀବ୍ର ନିନ୍ଦା କରିବା ସହ ଘୋର ବିରୋଧ କରିଛି ।

ଏହା ବି ପଢନ୍ତୁ...ମମତା ମହାନ୍ତ ନବୀନଙ୍କ ହାତ ଛାଡିବା ପରେ ମୟୂରଭଞ୍ଜରେ ଥମୁନି ବିକ୍ଷୋଭ ନିଆଁ; ଜିଲ୍ଲାବ୍ୟାପି ଅସନ୍ତୋଷ, କୁଶପୁତ୍ତଳିକା ଜାଳିଲା ବିଜେଡି

'ସମାଜ ପାଇଁ ମମତା ସ୍ବର ଉତ୍ତୋଳନ କରିଛନ୍ତି'

"ସେ ଯେଉଁ ଦଳକୁ ଗଲେ ମଧ୍ୟ କୁଡୁମି ସମାଜର ବିକାଶ ପାଇଁ କାର୍ଯ୍ୟ କରିବାକୁ ଯଦି ଅଗ୍ରାଧିକାର ଦେବେ, ତେବେ କୁଡୁମି ସମାଜ ତାଙ୍କୁ ସ୍ବାଗତ କରିବ । ବିଗତ ଦିନରେ ସଂସଦ ଭବନରେ କୁଡୁମୀ ସମ୍ପ୍ରଦାୟକୁ ପୁନଃ ଆଦିବାସୀ ସୂଚୀରେ ସାମିଲ କରିବା ନେଇ ସ୍ବର ଉତ୍ତୋଳନ କରିଛନ୍ତି ମମତା । କୁଡୁମାଲି ଭାଷାର ଉନ୍ନତି ପାଇଁ କୌଣସି ପଦକ୍ଷେପ ନ ନେବା ଏବଂ କୁଡୁମି ସମ୍ପ୍ରଦାୟକୁ ପୁନଃ ଆଦିବାସୀ ବର୍ଗରେ ସାମିଲ ପାଇଁ କେନ୍ଦ୍ର ସରକାରଙ୍କ ନିକଟକୁ ନ ପଠାଇବା ଲକ୍ଷ ଲକ୍ଷ କୁଡୁମିଙ୍କ ଭାବାବେଗକୁ ଆଘାତ ଦେଇଛି" ବୋଲି କହିଛନ୍ତି  ଓଡ଼ିଶା କୁଡୁମି ସମାଜ ସାଧାରଣ ସମ୍ପାଦକ ମନୋଜ କୁମାର ମହାନ୍ତି । 


ଇଟିଭି ଭାରତ, ମୟୂରଭଞ୍ଜ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.