thumbnail

ସକାଳୁ ସକାଳୁ ଦର୍ଶନ କରନ୍ତୁ ପତିତପାବନଙ୍କ ଦିବ୍ୟ ଆଳତୀ

By ETV Bharat Odisha Team

Published : Feb 27, 2024, 7:17 AM IST

Mangala Alati: ପୁରୀ: ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ । ଅନାଥଙ୍କ ନାଥ ସେ ଦୁଃଖୀର ଦିନବନ୍ଧୁ ।  କୋଟି ଓଡ଼ିଆଙ୍କ ମଉଡମଣୀ ପ୍ରଭୁ ଶ୍ରୀଜଗନ୍ନାଥ । କିଏ ତାକୁ ଚକା ଆଖିଆ ତ ଆଉ କିଏ କାଳିଆ ସାଆନ୍ତ ବୋଲି ଡାକେ । ପ୍ରତିଦିନ ପ୍ରଭାତରୁ ଶ୍ରୀମନ୍ଦିରରେ ପତିତପାବନଙ୍କ ନିକଟରେ ମଙ୍ଗଳ ଆଳତୀ ହୋଇଥାଏ । ପ୍ରଭାତରୁ ଭାବ ବିନୋଦିଆଙ୍କ ଆଳତୀ ଦର୍ଶନ କଲେ ଜୀବନର ସମସ୍ତ ପାପ କ୍ଷୟ ହୋଇଥାଏ ବୋଲି ବିଶ୍ବାସ ରହିଛି । ସବୁଦିନ ପରି ଆଜି ମଧ୍ୟ ମହାପ୍ରଭୁଙ୍କ ଦ୍ବାର ଫିଟା ଯିବା ପରେ ମଙ୍ଗଳ ଆଳତୀ ନୀତି ସମ୍ପନ୍ନ ହୋଇଥିଲା । ଜଗତର ମଙ୍ଗଳ କାମନା କରି ପ୍ରଭୁ ପତିତପାବନଙ୍କ ନିକଟରେ ମଙ୍ଗଳ ଆଳତୀ କରିଛନ୍ତି ପୂଜାପଣ୍ଡା । ପ୍ରଥମେ ପ୍ରାତଃରୁ ସମସ୍ତ ସେବାୟତ ଓଁ ନମୋଃ ଭଗବତେ ବାସୁଦେବାୟ ମନ୍ତ୍ର ସହ ଶ୍ରୀମନ୍ଦିର ଦ୍ବାର ଫିଟାଇଥିଲେ । ଏହାପରେ ରୀତିନୀତି ଅନୁସାରେ ପୂଜା ପଣ୍ଡା ହାତରେ ଆଳତୀ ଦୀପ, ଘଣ୍ଟି ସହ ମନ୍ତ୍ରୋଚାରଣ କରି ଆଳତୀ କରିଥିଲେ ।  

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.