ଶୁଭମୟ ହେବ ଦିନ, ଦର୍ଶନ କରନ୍ତୁ ପତିତପାବନଙ୍କ ମଙ୍ଗଳ ଆଳତୀ - MANGALA ALATI - MANGALA ALATI
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/20-06-2024/640-480-21750629-thumbnail-16x9-puri.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Jun 20, 2024, 6:48 AM IST
ପୁରୀ: ଓଁ ନମୋ ଭଗବତେ ବାସୁଦେବାୟ । ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ । ନୀଳାଚଳିଆ କାଳିଆ ଠାକୁର । କୋଟି ଓଡ଼ିଆଙ୍କ ମଉଡମଣି । କଳା ସାଆନ୍ତେ ଭକ୍ତ ଭାବରେ ବନ୍ଧା ଭାବ ବିନୋଦିଆ ଠାକୁର । ତାଙ୍କର ଲୀଳା ଅପାର । ପତିତମାନଙ୍କୁ ଉଦ୍ଧାରିବା ପାଇଁ ପତିତପାବନ ରୂପେ ଅବତାର ନେଇଛନ୍ତି ମହାପ୍ରଭୁ । ବିଶ୍ବର ମଙ୍ଗଳ କାମନା କରି ଶ୍ରୀମନ୍ଦିରରେ ପ୍ରତ୍ୟହ ପତିତପାବନଙ୍କ ନିକଟରେ କରାଯାଏ ମଙ୍ଗଳ ଆଳତୀ । ସବୁଦିନ ପରି ଆଜି ମଧ୍ୟ ମଙ୍ଗଳ ଆଳତୀ ସମ୍ପନ୍ନ ହୋଇଛି । ପ୍ରାତଃରୁ ସେବାୟତମାନଙ୍କ ଦ୍ବାରା ଦ୍ବାରଫିଟା ନୀତି ସମ୍ପନ୍ନ ହୋଇଥିଲା । ଏହାପରେ ଧୂପ ଦୀପ, ଘଣ୍ଟି, ମନ୍ତ୍ରୋପଚାରଣ ସହିତ ପତିତପାବନଙ୍କ ଆଳତୀ କରାଯାଇଛି । ବିଶ୍ବାସ ରହିଛି ମଙ୍ଗଳ ଆଳତୀ ଦର୍ଶନ କଲେ ସବୁ ପାପକ୍ଷୟ ହୋଇ ଅପାର କରୁଣା ପ୍ରାପ୍ତ ହୁଏ । ନୀଳାଚଳରୁ ଦେଖନ୍ତୁ ସେହି ଅପୂର୍ବ ଦୃଶ୍ୟ ।
ଇଟିଭି ଭାରତ, ପୁରୀ